ଚିନିକଳ ସ୍ଥାପନରେ ଟାଳଟୁଳ ନୀତି ଯୋଗୁଁ ନୂତନ କ୍ରିୟାନୁଷ୍ଠାନ କମିଟି ଗଠନ

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଚିନିକଳ କାର୍ଯ୍ୟକ୍ଷମ ହେବା ସମ୍ଭବ ନଥ‌ିବାରୁ ନୂଆ ଚିନିକଳ ନିର୍ମାଣ ପାଇଁ ପୁରୀ ସାଂସଦ ସମ୍ବିତ ପାତ୍ର ପ୍ରସ୍ତାବ ଦେଇଥିଲେ । ଏନେଇ
ପ୍ରଶାସନ କୈାଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଛି । ଗତ ସେପ୍ଟେମ୍ବର ୩ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ
ଚିନିଶିଳ୍ପ ପାଇଁ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଏବଂ ପୁରୀ ସାଂସଦ ଉପସ୍ଥିତିରେ ବୈଠକ ହୋଇଥିଲା । ଯେହେତୁ ପୁରୁଣା ଚିନିକଳକୁ ନେଇ ଅନେକ ମାମଲା ଅଦାଲତରେ ବିଚାରଧ୍ଵନ ରହିଛି, ଏଣୁ ନୂତନ ଚିନିକଳ ପ୍ରତିଷ୍ଠା ପାଇଁ ପଦକ୍ଷେପ ନେବାକୁ ଆଲୋଚନା ହୋଇଥିଲା । ଏଥପାଇଁ ଚିନିକଳ କ୍ରିୟାନୁଷ୍ଠାନ କମିଟିକୁ ଦାୟିତ୍ୱ ଦିଆଯାଇଥିଲା । ଏକ ନୂତନ ଜାଗା ଚୟନ ପାଇଁ ସାଂସଦ ସମ୍ବିତ ପାତ୍ର ପରାମର୍ଶ ଦେଇଥିଲେ ।
କ୍ରିୟାନୁଷ୍ଠାନ କମିଟି ପୁରୁଣା ଚିନିକଳ ସଲଗ୍ନ ରାସୋଳ ମୌଜା, ଖାତା ନଂ-୨, ପ୍ଳଟ ନମ୍ବର ୧,୨,୩ ମୋଟ ଏରିଆ ୧୧୧.୩୭ ଏକର ସ୍ଥାନର ସ୍ଵେଚ୍ ମ୍ୟାପ ଜିଲ୍ଲାପାଳଙ୍କୁ ଗତ
ସେପ୍ଟେମ୍ବର ୨୬ ତାରିଖରେ ପ୍ରଦାନ କରାଯାଇଥିଲା । ପୁନର୍ବାର ଗତ ଡିସେମ୍ବର ୩ ତାରିଖରେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ କ୍ରିୟାନୁଷ୍ଠାନ
କମିଟି ସାକ୍ଷାତ କରିଥିଲେ । ସେ ଏଥ‌ିପାଇଁ କୌଣସି ଲିଖତ ପ୍ରସ୍ତାବ ପାଇ ନଥିବା କହିଥିଲେ । ବାରମ୍ବାର ଏ ଦିଗରେ କ୍ରିୟାନୁଷ୍ଠାନ କମିଟି ଜିଲ୍ଲାପାଳଙ୍କ ଦ୍ବାରସ୍ଥ
ହୋଇଥିଲେ ମଧ୍ୟ ପ୍ରସାଶନ ତରଫରୁ କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ନିଆଯାଉନାହିଁ । ଯାହାକୁ ନେଇ ଆଜି ମିଳିତ କ୍ରିୟାନୁଷ୍ଠାନ କମିଟ ଗଭୀର କ୍ଷୋଭ ପ୍ରକାଶ କରିଛ। ଆଜି କମିଟି ପୁର୍ନଗଠନ କରାଯାଇଥିବା ମଧ୍ୟ ପ୍ରେସ ବାର୍ତ୍ତା ମାଧ୍ୟମରେ ସୂଚନା ଦିଆଯାଇଛି । ସନ୍ତୋଷ କୁମାର
ପ୍ରଧାନ କମିଟି ଆବାହକ ରହିଥ‌ିବା ବେଳେ ସର୍ବସମ୍ମତି ସଭାପତି ଭାବେ ମନୋଜ କୁମାର ସାହୁଙ୍କୁ ଚୟନ କରାଯାଇଛି । ଉପସଭାପତି ଭାବେ ଲକ୍ଷ୍ମୀଧର ସାହୁ,ସମ୍ପାଦିକା ଭାବେ ଲଳିତା କୁମାରୀ ଦାସ, ସହ ସମ୍ପାଦକ
ଭାବେ କାଲୁ ଦଳବେହେରା, ସଂଗଠକ ସମ୍ପାଦକ ଭାବେ ବିକ୍ରମ କୁମାର ପଟ୍ଟନାୟକ, କୋଷାଧ୍ୟକ୍ଷ ଭାବେ ବୈକୁଣ୍ଠନାଥ ରାଉତ, କୃଷକ ପ୍ରତିନିଧ‌ି ଭାବେ ଶିବରାମ ଦାସ,
ଚକ୍ରଧର ଜେନା, ରମେଶ ବିଶ୍ବାଳ, ସଦସ୍ୟ ଭାବେ ପ୍ରମୋଦ କୁମାର ନାୟକ, ସଞ୍ଜୟ କୁମାର ନାୟକ, ରବୀନ୍ଦ୍ର କୁମାର ମହାରଣା, କୈଳାସ ଚନ୍ଦ୍ର ରାଉତ, ଜମ୍ମିର ମହମ୍ମଦଙ୍କୁ
ଚୟନ କରାଯାଇଛି। ଆଗାମୀ ଦିନରେ ନୂଆ ଚିନିକଳ ପ୍ରତିଷ୍ଠା ପାଇଁ ମିଳିତ କ୍ରିୟାନୁଷ୍ଠାନ କମିଟି ରାସ୍ତାକୁ ଓହ୍ଲାଇବ ବୋଲି ସଭାପତି ମନୋଜ କୁମାର ସାହୁ କହିଛନ୍ତି ।

ଅଧିକ ପଢନ୍ତୁ