ଚିଲିକାକୁ ଆସିଛନ୍ତି ୪ ଲକ୍ଷ ୯୪ ହଜାର ୩୬୬ ବିଦେଶାଗତ ପକ୍ଷୀ

ଚିଲିକାକୁ ଆସିଲେଣି ଦେଶ ବିଦେଶର ୪ଲକ୍ଷରୁ ଊର୍ଦ୍ଧ୍ବ ପକ୍ଷୀ । ବିଗତ ବର୍ଷମାନଙ୍କ ତୁଳନାରେ ପକ୍ଷୀ ସଂଖ୍ୟା କମ୍ ପରିଲକ୍ଷିତ ହେଉଛି । ଅନ୍ୟପଟେ ପକ୍ଷୀ ଶିକାର ରୋକିବାକୁ ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ କହିଛନ୍ତି ଯେ ବିଦେଶାଗତ ପକ୍ଷୀମାନଙ୍କ ସୁରକ୍ଷା ନିମନ୍ତେ ପ୍ରତିବର୍ଷ ଅକ୍ଟୋବର ମାସ ୦୧ ତାରିଖରୁ ମାର୍ଚ୍ଚ ମାସ ୩୧ ତାରିଖ ଯାଏ ୨୧ ଗୋଟି ଅସ୍ଥାୟୀ ପକ୍ଷୀ ସୁରକ୍ଷା ଶିବିର, ୦୨ ଗୋଟି ଭ୍ରାମ୍ୟମାଣ ଦଳ (ଜଳ ଏବଂ ସ୍ଥଳ) ଗଠନ କରଯାଇ ପ୍ରତି ଶିବିରରେ ୦୩ ଜଣ ସ୍ଥାନୀୟ ଯୁବକ ଏବଂ ଜଣେ ବନପାଳ/ ବନରକ୍ଷୀଙ୍କ ଦ୍ବାରା ଦିବାରାତ୍ର ପ୍ରହରା ଦେଇ ପକ୍ଷୀମାନଙ୍କୁ ସୁରକ୍ଷା ଦିଆଯାଉଅଛି। ସେଥ‌ିପାଇଁ ବିଦେଶାଗତ ପକ୍ଷୀମାନେ ଏହି ଜଳାଶୟମାନଙ୍କୁ ଶୀତଋତୁରେ ନିରାପଦ ଆଶ୍ରୟସ୍ଥଳୀ ଭାବରେ ଗ୍ରହଣ କରିଛନ୍ତି।ଆସନ୍ତା ଜାନୁଆରୀ ୨୦୨୫ ରେ ହେବାକୁ ଥିବା ପକ୍ଷୀଗଣନାରେ ଓଡିଶାର ବିଭିନ୍ନ ଜଳାଶୟକୁ ଆସୁଥିବା ବିଦେଶାଗତ ପକ୍ଷୀ ମାନଙ୍କର ସଂଖ୍ୟା ଜଣାପଡିବ

ଅଧିକ ପଢନ୍ତୁ

Odisha Darpan Digital