ଛତିଶଗଡ଼ରେ ୧୮ ରୁ ଅଧିକ ମାଓବାଦୀ ନିପାତ

ମାଲକାନଗିରି ସୀମାନ୍ତ ଛତିଶଗଡ଼ ଏବଂ ତେଲେଙ୍ଗାନା ସୀମାନ୍ତବର୍ତ୍ତିୀ କାରେଗଟ୍ଟା ଜଂଗଲରେ ଗତ ୧୬ ଦିନ ହେବ ମାଓ ଅପେରସନ ଜୋରଦାର ଚାଲିଛି। ତେବେ ଗତକାଲି ରାତିଠାରୁ ଜଙ୍ଗଲରେ ମାଓବାଦୀଙ୍କ ସହ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଛି। ଯେଉଁଥିରେ ୧୮ରୁ ଅଧିକ ମାଓବାଦୀ ନିପାତ ହୋଇଛନ୍ତି। ନିହତ ମାଓବାଦୀଙ୍କ ସଂଖ୍ୟା ବଢ଼ିପାରେ। ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି।ମାଓ ଦମନରେ ନିର୍ଣ୍ଣାୟକ ମୋଡ଼ରେ ଯବାନ। ନକ୍ସଲଙ୍କୁ ଆଉ ନିସ୍ତାର ନାହିଁ। ନକ୍ସଲ ମରିବେ ନଚେତ ଆତ୍ମସମର୍ପଣ କରିବେ ବୋଲି କୁହାଯାଇଛି। ଛତିଶଗଡ଼ ସରକାରଙ୍କ ସମେତ ପୁଲିସ ବିଭାଗର ଏବଂ ସିଆରପିଏଫର ଉଚ୍ଚ ପଦାଧିକାରୀମାନେ ଏହି ଘଟଣା ଉପରେ ନଜର ରଖିଥିବା କହିଛନ୍ତି।କରେଗୁଟ୍ଟା ଅଞ୍ଚଳର ଭୌଗୋଳିକ ସ୍ଥିତିକୁ ଦୃଷ୍ଟିରେ ରଖି ଏହି ତଲାସୀ ଅଭିଯାନକୁ ବେଶ୍‌ ଆହ୍ବାନମୂଳକ କୁହାଯାଉଛି, କିନ୍ତୁ ସୁରକ୍ଷା ବାହିନୀ ତଲାସୀ ଏବଂ ପାଟ୍ରୋଲିଂ ଅଭିଯାନ ଚଳାଇଛନ୍ତି।

ଅଧିକ ପଢନ୍ତୁ

kc ads