ଜଜଙ୍କ ଦଣ୍ଡାଦେଶ ପରେ ୨ ଦୋଷୀ ମାରିଲେ ଚମ୍ପଟ।

ଏଟିଏମ୍‌ ଲୁଟ୍‌ ମାମଲାରେ ଦୋଷୀ ସାବ୍ୟସ୍ତ ହେବାରୁ କୋର୍ଟ ରୁମ୍‌ରୁ ଚମ୍ପଟ ମାରିଲେ ଦୁଇ ରାଜ୍ୟ ବାହାର ଲୁଟେରା। ଆଜି ଅପରାହ୍ନରେ ଏପରି ଘଟଣା ନବରଙ୍ଗପୁର ଜିଲ୍ଲା ସଦର ମହକୁମାରେ ଘଟିଛି। ଆଜି ଲୁଟ୍‌ ମାମଲାରେ ରାୟ ପ୍ରକାଶ ପାଇବାର ଥିଲା। ତେଣୁ ଜାମିନରେ ଥିବା ଦୁଇ ଅଭିଯୁକ୍ତ ସକିଲ ଓ ଶାହାରୁଖ କୋର୍ଟରେ ହାଜର ଥିଲେ। ନିର୍ଦ୍ଧାରିତ ସମୟରେ ବିଚାର ଆରମ୍ଭ ହୋଇଥିଲା। ଜବାଲ ସବାଲ୍‌ ପରେ ସାକ୍ଷ୍ୟ ପ୍ରମାଣ ଆଧାରରେ ନବରଙ୍ଗପୁର CJM କୋର୍ଟ ରାୟ ଶୁଣାଇଲେ। ଏଟିଏମ୍‌ ଲୁଟ୍‌ ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ। ସମସ୍ତ ଅଭିଯୁକ୍ତଙ୍କୁ ୭ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ।

ରାୟ ଶୁଣିବା ପରେ ସମସ୍ତ ଅଭିଯୁକ୍ତଙ୍କ ଅକଲ ଗୁଡ଼ୁମ ହୋଇଯାଇଥିଲା। ଜାମିନ୍‌ରେ ଥାଇ କୋର୍ଟରେ ହାଜର ହୋଇଥିବା ସକିଲ ଖାଁ ଓ ଶାହାରୁଖ ଖାଁ ଚମ୍ପଟ ମାରିବାରେ ସଫଳ ହୋଇଥିଲେ।

ଅଧିକ ପଢନ୍ତୁ

Odisha Darpan Digital