ଅଲ ଓଡ଼ିଶା ଇ .ପି .ଏଫ୍ ପେନସନରସ ଆସୋସିଏସନ୍ ଆନୁକୁଲ୍ୟରେ, ବନ

ଅଦ୍ୟ 21_6_2026 ଦିନ,ରାୟଗଡ ଜିଲ୍ଲା, ଅଲ ଓଡ଼ିଶା ଇ .ପି .ଏଫ୍ ପେନସନରସ ଆସୋସିଏସନ୍ ଆନୁକୁଲ୍ୟରେ, ବନ ଉନ୍ନୟନ ନିଗମ ର ଅନେକ ଅବସର ପ୍ରାପ୍ତ କର୍ମଚାରୀ ସମେତ ଅନ୍ୟ ସଂସ୍ଥା ର ପେନସନ ଭୋଗୀ ଙ୍କୁ ନେଇ ଏକ ସଭା ରାୟଗଡ,ଗାୟତ୍ରୀ ମନ୍ଦିର ହଲରେ ଅନୁଷ୍ଠିତ ହେଇଯାଇଛି,ଶ୍ରୀ ପ୍ରଶାନ୍ତ ପଟ୍ଟନାୟକ ସଭା ଦାୟିତ୍ୱ ତୁଲାଇଥିଲେ।ଆଲୋଚନାରେ ସୁପ୍ରିମ କୋର୍ଟ ର ଆଦେଶ ସତ୍ତ୍ୱେ ବର୍ଦ୍ଧିତ ପେନସନ ଦୀର୍ଘ 3 ବର୍ଷଧରି ମୁନିଗୁଡା ଡିଭିଜନର କୌଣସି କର୍ମଚାରୀଙ୍କୁ,ବର୍ଦ୍ଧିତ ପେନସନ ନ ମିଳିବା ଅଭିଯୋଗ କରିଥିଲେ। ଏମ୍ପ୍ଲୟର ବନ ନିଗମ D.M ଏବଂ ଇ. ପି.ଏଫ୍ କମିଶନର,ବ୍ରହ୍ମପୁର ଙ୍କ ଚରମ ଅବହେଳା ଓ ବୁଝାବଣା ଅଭାବରୁ ବିଚରା ବୃଦ୍ଧ ଲୋକଙ୍କ ଦୁର୍ଦ୍ଦଶା ଓ ଆର୍ଥିକ ସମସ୍ୟା ଉପୁଜିବା ଉପରେ ଶ୍ରୀ ପ୍ରଭାକର ଭୁକ୍ତା ନିଗମ ତରଫରୁ ପ୍ରକାଶ କରିଥିଲେ,ଏବଂ ଆଗାମୀ ଦିନରେ ଧାରଣା ଦେବା ଭଳି ପଦକ୍ଷେପ ନେବାକୁ ବାଧ୍ୟ ହେବେ,ବୋଲି ଜଣାଇଥିଲେ।ଏହା ବ୍ୟତୀତ ମିନିମମ୍ ପେନସନ ବୃଦ୍ଧି ସହ ମହଙ୍ଗା ଭତ୍ତା,ସ୍ୱାସ୍ଥ୍ୟ ସୁବିଧା,ବୃଦ୍ଧ କର୍ମଚାରୀ ଙ୍କୁ ମିଳୁ ବୋଲି ସରକାରଙ୍କ ଉଦାସୀନତା କୁ ନେଇ ଉଦବେଗ ପ୍ରକାଶ କରିଥିଲେ,ସଭାପତି,ଶ୍ରୀ ପଟ୍ଟନାୟକ ରାଜ୍ୟ ସ୍ତରୀୟ ନେତ୍ରୁ ବୃନ୍ଦଙ୍କୁ ଜଣାଇ ଉଚିତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।ଆଗାମୀ ଦିନରେ ଶୃଙ୍ଖଳାର ସହିତ ଡି.ଏମ୍, ବନ ଉନ୍ନୟନ ନିଗମ ଅଧିକାରୀ ଓ ଇ.ପି.ଏଫ୍, କମିଶନର, ବରହମପୁର ଙ୍କ ସହ ଆଲୋଚନା କରି ସମାଧାନର ପନ୍ଥା ଅବଲମ୍ବନ କରିବେ ବୋଲି, ଆଶାୟୀ କର୍ମଚାରୀଙ୍କ ଆଶ୍ୱାସନା ଦେଇଛନ୍ତି।

ଅଧିକ ପଢନ୍ତୁ