ଶୀତଦିନିଆ ଛୁଟିଦିନକୁ ଆହୁରି ଆନନ୍ଦଦାୟକ କରିବାକୁ ପୁଣି ଫେରୁଛି ଓଡ଼ିଶା ପର୍ଯ୍ୟଟନର ବିଶାଳ ଉତ୍ସବ ଇକୋ ରିଟ୍ରିଟ୍-୨୦୨୬-୨୭ ।ସୂଚନା ମୁତାବକ ନଭେମ୍ବର ୧୫ ତାରିଖରୁ ଆରମ୍ଭ ହେଉଛି ଇକୋ ରିଟ୍ରିଟ୍ । ରାଜ୍ୟର ୮ଟି ସ୍ଥାନରେ ଇକୋ ରିଟ୍ରିଟ୍ ଆୟୋଜନ କରିବାକୁ ପ୍ରସ୍ତାବ ରହିଛି। ସେଗୁଡ଼ିକ ହେଲା- କୋଣାର୍କ, ସୋନାପୁର ବେଳାଭୂମି, ଦାରିଙ୍ଗବାଡ଼ି, ତାଳମାଳି (ନୂତନ), କୋଲାବ (ନୂତନ), ହୀରାକୁଦ, ସାତକୋଶିଆ ଓ କୁସୁମବନ୍ଧ (ନୂତନ)। ବର୍ତ୍ତମାନ ତଳମାଳି, କୋଲାବ, ସୁନାପୁର ଓ କୋଣାର୍କ ପାଇଁ ଆଗୁଆ ବୁକିଂ ଆରମ୍ଭ ହୋଇଛି ।ପ୍ରଥମେ ନଭେମ୍ବର ୧୫ରୁ ତଳମାଳି ଓ କୋଲାବରେ ଆରମ୍ଭ ହେଉଥିବା ବେଳେ ପ୍ରତି ଟେଣ୍ଟ ଓ ରାତି ପିଛା ଦର ୭ ହଜାର ଟଙ୍କାରୁ ଆରମ୍ଭ ହେଉଛି । ସେହିପରି ଡିସେମ୍ବର ୧ରୁ ସୁନାପୁରରୁ ଆରମ୍ଭ ହେବାକୁ ଥିବା ବେଳେ ଏଠି ଦର ୭୫୦୦ ଟଙ୍କା ଏବଂ ଡିସେମ୍ବର ୧୦ରୁ ଆରମ୍ଭ ହେବାକୁ ଥିବା କୋଣାର୍କରେ ଦର ୮ ହଜାର ଟଙ୍କା ରହିଛି । ରହଣି ବେଳେ ୫ ଷ୍ଟାର୍ ହୋଟେଲ୍ର ସୁବିଧା ସହ ପ୍ରକୃତି କୋଳରେ ଅଭୁଲା ମୁହୂର୍ତ୍ତକୁ ବିତାଇବା ପାଇଁ ସୁଯୋଗ ଦେବ ଇକୋ ରିଟ୍ରିଟ୍ । ସେଥିପାଇଁ ସାରା ରାଜ୍ୟରେ ଜୋର୍ଦାର୍ ପ୍ରସ୍ତୁତି ଚାଲିଛି ।
