ଆସୁଛି ଆଉ ଏକ ସିଷ୍ଟମ୍‌,୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା

ବଙ୍ଗୋପସାଗରରେ ପୁଣି ଲଘୁଚାପ ଦାନା  ବାନ୍ଧିବା ନେଇ ଆକଳନ କରାଯାଉଛି । ବିଭିନ୍ନ ମଡେଲର ଆକଳନକୁ ନେଇ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ବିସ୍ତାରିତ ପୂର୍ବାନୁମାନରେ ସୂଚାଇଛି, ସମ୍ଭବତଃ ୧୧ ତାରିଖବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହା ଘନୀଭୂତ ହୋଇ ୧୩ରେ ଲଘୁଚାପ ରୂପ ନେଇପାରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ। ଅଳ୍ପ ସମ୍ଭାବନା ରହିଛି। ବିଶେଷଜ୍ଞଙ୍କ ମତରେ ସାଧାରଣତଃ  ନଭେମ୍ବର ମାସରେ ସୃଷ୍ଟି ହେଉଥିବା ଅବପାତ  କିମ୍ବା ବାତ୍ୟା ଓଡ଼ିଶା ଉପକୂଳ   ଆଡ଼କୁ  ଆସିବା ସମ୍ଭାବନା କମ୍‌ ରହିଥାଏ ।  ଅଧିକାଂଶ ସମୟରେ ଏହାର ଗତି ତାମିଲନାଡ଼ୁ କିମ୍ବା  ଆନ୍ଧ୍ର ଉପକୂଳ ଥାଏ । ବର୍ତ୍ତମାନ ପର୍ଯ୍ୟନ୍ତ ଯେତିକି  ଆକଳନ କରାଯାଇଛି, ସେଥିରେ ଓଡ଼ିଶା ଆଡ଼କୁ ଏହାର  ଗତିପଥ ରହିବା ସମ୍ଭାବନା କମ୍‌ । ମାତ୍ର ଏତେ ଆଗରୁ  ନିର୍ଦ୍ଦିଷ୍ଟ ଭାବେ କୁହାଯାଇପାରିବ ନାହିଁ । ଏପରିକି ଏହା  ମିଆଁମାର ଉପକୂଳ ଆଡ଼କୁ ମୁହାଁଇବା ସମ୍ଭାବନାକୁ  ଏଡ଼ାଇ ଦିଆଯାଇନପାରେ ।

ଅଧିକ ପଢନ୍ତୁ