ଜୀନତ୍‌ ପ୍ରେମରେ ପଡ଼ିଲା ଝାଡ଼ଖଣ୍ଡୀ ମହାବଳ

ମହାବଳ ବାଘୁଣୀ ଜୀନତ୍‌ର ପିଛା କରୁଛି ଏକ ଝାଡ଼ଖଣ୍ଡୀ ମହାବଳ ବାଘ। ଗତ ଡିସେମ୍ବର ମାସରେ ଜୀନତ୍ ଯେଉଁ ରାସ୍ତା ଦେଇ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଯାଇଥିଲା ସେହି ରାସ୍ତାରେ ହିଁ ବାଘଟି ଓଡ଼ିଶାମୁହାଁ ହେବାରେ ଲାଗିଛି।ଜୀନତ୍‌ର ପଦଚିହ୍ନ, ମଳ ପଡ଼ିଥିବା ରାସ୍ତାରେ ସେ ପଶ୍ଚିମବଙ୍ଗର ପୁରୁଲିଆ, ବାଙ୍କୁଡ଼ା, ବନ୍ଦୱାନ, ରାଇକା ପାହାଡ଼, ଗଙ୍ଗାମାନ୍ନା ଜଙ୍ଗଲ, ଝାଡ଼ଖଣ୍ଡର ଗୋବରଘୁସି ହୋଇ ଏବେ ଜାମଢ଼ି ଜଙ୍ଗଲରେ ଘୂରି ବୁଲୁଛି।

ଏହି ଅଞ୍ଚଳରେ ୩ଟି ଗାଈ ଓ ଦୁଇଟି ଛେଳି ଶିକାର ବି କରିସାରିଲାଣି। ପାଖାପାଖି ୪ଟି ଜିଲ୍ଲାର ୨୨୦୦ ବର୍ଗ କିମି ସେ ଘୁରିବୁଲିଥିବାବେଳେ ଝାଡଖଣ୍ଡର ଚାନ୍ଦିଲି ମଣ୍ଡଳ କିମ୍ବା ଡାଲମା ବନ୍ୟପ୍ରାଣୀ ଅଭୟାରଣ୍ୟରୁ ଏହି ବାଘ ଆସିଥିବା ଅନୁମାନ କରାଯାଉଛି । ଗୁରୁବାର ଦିନ ରାଇକା-ଭାରାରିଆ ପାହାଡରେ ମହାବଳକୁ ଦେଖିବାକୁ ପାଇଥିଲେ ସ୍ଥାନୀୟ ଅଂଚଳର ଲୋକ । ଶୁକ୍ରବାର ଦିନ ବନ୍ଧୱାନ-କୁଲିପାଳ ରୋଡ ନିକଟ ବାଙ୍କୁଡା ସୀମାନ୍ତରେ ମହାବଳକୁ ଦେଖିବାକୁ ମିଳିଥିଲା ।ଶନିବାର ଦିନ ବନ ବିଭାଗର ଟ୍ରାପ୍ କ୍ୟାମେରାରେ ଏହି ମହାବଳର ଚିତ୍ର କଏଦ ହୋଇଛି। ପଶ୍ଚିମବଙ୍ଗର ୧୪ଟି ଟିମ୍‌ରେ ୩୦୦ କର୍ମଚାରୀ ଏହାର ପିଛା କରୁଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital