ରେଭେନ୍ସା ଶିକ୍ଷକ- ବିଧାୟକ ବିବାଦ ଘଟଣା: ବଦଳିଲେ କଟକ ରେଭେନସା ବିଶ୍ବବିଦ୍ୟାଳୟ ଚିଫ ୱାର୍ଡେନ

ରେଭେନ୍ସା ବିଶ୍ଵବିଦ୍ୟାଳୟ ଶିକ୍ଷକ ସଙ୍ଘ ଓ ବିଧାୟକ ବିବାଦ ଘଟଣାରେ ଚିଫ୍ ଓ୍ବାର୍ଡେନଙ୍କୁ ତାଙ୍କ ପଦରୁ ହଟାଯାଇଛି। ବିଧାୟକଙ୍କ ସହ ବିବାଦ ପରେ ଚିଫ ଓ୍ବାର୍ଡେନ, ଦୁଇ ଜଣ ଡେପୁଟି ଚିଫ ଓ୍ବାର୍ଡେନ ଓ ସବୁ ହଷ୍ଟେଲର ଓ୍ବାର୍ଡେନ, ଡେପୁଟି ଓ୍ବାର୍ଡେନମାନେ ଇସ୍ତଫା ଦେଇଥିଲେ। ତେବେ ଚିଫ ୱାର୍ଡେନ ପ୍ରଫେସର ସୁଦର୍ଶନ ମିଶ୍ରଙ୍କ ସ୍ଥାନରେ ପ୍ରଫେସର ପୂର୍ଣ୍ଣେନ୍ଦୁ ପାଢ଼ୀଙ୍କୁ ନୂଆ ଚିଫ ୱାର୍ଡେନ ଭାବେ ନିଯୁକ୍ତ କରାଯାଇଛି। ଦୁଇଜଣ ଡେପୁଟି ଚିଫ ୱାର୍ଡେନଙ୍କର ମଧ୍ୟ ବଦଳାଯାଇଛି। ଅଧିକାଂଶ ଓ୍ବାର୍ଡେନଙ୍କୁ ଅଦଳବଦଳ କରାଯାଇଛି। ଇଷ୍ଟ ହଷ୍ଟେଲରେ ଛାତ୍ର ଆନ୍ଦୋଳନ ପରେ କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ହସ୍ତକ୍ଷେପ ପରେ ତେଜିଥିଲା ବିବାଦ। ବିଧାୟକଙ୍କ ବିରୋଧରେ ବାହାରିଥିଲେ ରେଭେନସା ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘ। ସେବେଠାରୁ ଶିକ୍ଷକ ସଂଘ ଓ ବିଧାୟକଙ୍କ ମଧ୍ୟରେ ଟଣାଓଟରା ଲାଗିରହିଥିଲା।

ଅଧିକ ପଢନ୍ତୁ