ଦ୍ଵିତୀୟ ବିବାହ ପାଇଁ ପୁଅକୁ ହତ୍ୟା କଲା ବାପା । ଏଭଳି ଏକ ହୃଦୟ ବିଦାରକ ଘଟଣାରେ ବାପା ସମେତ ୫ ଜଣ ଗିରଫ ହୋଇଛନ୍ତି । ଯାଜପୁର ଜିଲ୍ଲା ଜେନାପୁର ଥାନା ଚାରଗୋଠ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଥିଲ ।୨ଦିନ ତଳେ ଜେନାପୁର ଥାନା ଚାରଗୋଠ ଗାଁ ନିକଟ ପଥର ଖାଦାନ ଭିତରୁ ବାଳକର ମୃତଦେହ ଉଦ୍ଧାର ହୋଇଥିଲା।
ମୃତ ନାବାଳକର ପରିବାର ଓ ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ଜେନାପୁର ପୋଲିସ ଘଟଣାର ତଦନ୍ତ ଚଳାଇଥିଲା । ପାରିବାରିକ ବିବାଦ ଯୋଗୁ ଗାଁର ବାଉରୀବନ୍ଧୁ ରାଉତ ନିଜ ୫ବର୍ଷର ପୁଅକୁ ଅପହରଣ ସହ ହତ୍ୟା କରି ଫିଙ୍ଗିଦେଇଥିବା ଅଭିଯୋଗ ପରେ ପୁଲିସ ବାଉରୀବନ୍ଧୁ ଓ ତାର ପରିବାରର ୪ଜଣ ସଦସ୍ୟଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଥିଲା । ଆଜି ଘଟଣାରେ ସମ୍ପୃକ୍ତ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।