ନନ୍ଦନକାନନରେ ଆଖି ବୁଜିଲା ରୂପା-କୃଷ୍ଣାଙ୍କ ଗର୍ଭରୁ ଜନ୍ମିତ ଧଳା ଶାବକ

ପ୍ରାଣୀପ୍ରେମୀଙ୍କ ପାଇଁ ଦୁଃଖଦ ଖବର। ନନ୍ଦନକାନନରେ ଏକ ଧଳା ବାଘ ଛୁଆର ମୃତ୍ୟୁ ଘଟିଛି। ୭ମାସର ଏହି ମାଈ ଧଳା ବାଘ ଛୁଆଟି ବାଘ କ୍ରିଷ୍ଣା ଏବଂ ବାଘୁଣୀ ରୂପାଠାରୁ ୨୦୨୪ ନଭେମ୍ବର ମାସରେ ଜନ୍ମଗ୍ରହଣ କରିଥିଲା।ଚିଡ଼ିଆଖାନା ଅଧିକାରୀଙ୍କ ଅନୁଯାୟୀ, ମେ’ ୩୧ ରାତିରେ ଶାବକଟି ସାଧାରଣ ଭାବରେ ଖିଆପିଆ କରିଥିଲା। କିନ୍ତୁ, ଜୁନ୍‌ ୧ ସକାଳେ ଅସୁସ୍ଥ ହୋଇପଡ଼ିଥିଲା। ସନ୍ଧ୍ୟାରେ ଏହାର ମୃତ୍ୟୁ ଘଟିଥିଲା। ମୃତ୍ୟୁର ସଠିକ କାରଣ ନିର୍ଣ୍ଣୟ କରିବା ପାଇଁ ପୋଷ୍ଟମର୍ଟମ କରାଯାଉଛି।ବାଘ ଛୁଆର ମୃତ୍ୟୁ ପରେ ନନ୍ଦନକାନନ କର୍ମଚାରୀ ଏବଂ ପର୍ଯ୍ୟଟକମାନଙ୍କ ମଧ୍ୟରେ ନିରାଶା ଦେଖିବାକୁ ମିଳିଛି।ତେବେ ରୂପାର ଅନ୍ୟ ଛୁଆମାନଙ୍କରେ ମଧ୍ୟ ସମାନ ଲକ୍ଷଣ ଦେଖାଯାଉଛି ଏବଂ ରୋଗ ବିରୋଧରେ ସ୍କ୍ରିନିଂ ଏବଂ ଚିକିତ୍ସା ଜାରି ରହିଛି । ଏହି ବାଘ ଛୁଆଟିର ମୃତ୍ୟୁ ପରେ, ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୨୭ଟି ବାଘ ଅଛନ୍ତି, ଯେଉଁଥିରେ ୧୮ଟି ସାଧାରଣ ରଙ୍ଗର ବାଘ, ୫ଟି ଧଳା ବାଘ ଏବଂ ୪ଟି ମେଲାନିଷ୍ଟିକ୍ ବାଘ ରହିଛନ୍ତି ।

ଅଧିକ ପଢନ୍ତୁ

kc ads