ଶେଷ ହୋଇଛି ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ନବମ ଦିନର ରତ୍ନ ଗଣତି । ଭିତର ଭଣ୍ଡାରରେ ଗଣତିର ଆଜି ଥିଲା ତୃତୀୟ ଦିନ । ମଧ୍ୟାହ୍ନ ୧୨.୦୧ ରୁ ଗଣତି ଆରମ୍ଭ ହୋଇ ସନ୍ଧ୍ୟା ୭.୨୫ ରେ ଶେଷ ହୋଇଥିଲା । ୧୯୭୮ ମସିହା ତାଲିକା ଅନୁଯାୟୀ ଆଜି ଯେଉଁ ମେଳକ ହୋଇଥିଲା ତାହା ଆଜି ଗଣତି ସହ ସଂପୂର୍ଣ୍ଣ ସମାନ ହୋଇଛି । ୯ ଦିନ ମଧ୍ୟରେ ସମୁଦାୟ ୫୭ ଘଣ୍ଟା ୮ ମିନିଟ ଗଣତି ମଣତି ହୋଇଛି । ଆଗାମୀ ଗଣତି ପ୍ରକ୍ରିୟା ବାହାର ଚନ୍ଦନ ଯାତ୍ରା ଅର୍ଥାତ୍ ମେ ୧୧ ପରେ ହୋଇପାରେ । ଆଜି ଭିତର ରତ୍ନଭଣ୍ଡାରର ତୃତୀୟ ସିନ୍ଦୁକ ଖୋଲାଯାଇଛି ।
ପ୍ରଥମ ସିନ୍ଦୁକ ସଂପୂର୍ଣ୍ଣ ଗଣତି ଶେଷ ହୋଇ ସିଲ କରାଯାଇଛି । ଦ୍ଵିତୀୟ ଓ ତୃତୀୟ ସିନ୍ଦୁକ ଏବେ ବି ଗଣଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଗଣତି ମଣତି ୧୯୭୮ ମସିହା ତାଲିକା ଅନୁଯାୟୀ ଶତ ପ୍ରତିଶତ ସମାନ ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।
