ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର ଯାଞ୍ଚ

ନୂଆପଡାରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ହେଲକପ୍ଟର ଯାଞ୍ଚ କରାଯାଇଛି । ସୋମବାର ନବୀନ ନୂଆପଡାରେ ପ୍ରଚାର ପାଇଁ ଯାଇଥିବା ବେଳେ ସେହି ସମୟରେ ତାଙ୍କ ବିମାନର ଯାଞ୍ଚ କରାଯାଇଥିଲା । ଏନେଇ ନୂଆପଡା ଜିଲ୍ଲାପାଳ ଏକ୍ସରେ ସୂଚନା ଦେଇଛନ୍ତି । ଜିଲ୍ଲାପାଳ କହିଛନ୍ତି ଉପନିର୍ବାଚନ ଚାଲିଥିବାରୁ ଯାଞ୍ଚ କରାଯାଇଛି । ଆଦର୍ଶ ଆଚରଣ ବିଧି ଅନୁଯାୟୀ ଯାଞ୍ଚହୋଇଛି । ଫ୍ଲାଇ ସ୍କ୍ୱାର୍ଡ ଟିମର ୪ଜଣ ଓ ଭିଡ଼ିଓ ସର୍ଭେଲାନ୍ସ ଟିମ୍‌ ପକ୍ଷରୁ ଯାଞ୍ଚ କରାଯାଇଛି ।ସୂଚନାମୁତାବକ ସୋମବାର ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନୂଆପଡ଼ା ସ୍ଥିତ ଗୋଟମା ଏୟାରଷ୍ଟ୍ରିପରେ ପହଞ୍ଚିବା ପରେ ଦଳର ବରିଷ୍ଠ ନେତାମାନେ ତାଙ୍କୁ ଭବ୍ୟ ସମ୍ୱର୍ଦ୍ଧନା ଜ୍ଞାପନ କରିଥିଲେ । ନବୀନଙ୍କ ବିମାନ ପହଞ୍ଚିବା ସହିତ ଉପସ୍ଥିତ ନେତା, କର୍ମୀ ନବୀନ ପଟ୍ଟନାୟକ ସ୍ୱାଗତମ୍ ନାରା ଦେଇ ସ୍ୱାଗତ ଜଣାଇଥିଲେ । ଏହି ଅବସରରେ ସେଠାରେ ଥିବା ସାଧାରଣ ଜନତା ମଧ୍ୟ ନବୀନଙ୍କ ଝଲକ ପାଇ ବେଶ୍ ଉତ୍ସାହିତ ଥିବା ଦେଖା ଯାଇଥିଲା । ଶ୍ରୀଯୁକ୍ତ ପଟ୍ଟନାୟକ ମଧ୍ୟ ହାତ ହଲାଇ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ ।

ଅଧିକ ପଢନ୍ତୁ

Odisha Darpan Digital