ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସିି) ପକ୍ଷରୁ ଓଡ଼ିଶା ନ୍ୟାୟିକ ସେବା (ଓଜେଏସ୍)-୨୦୨୩ ମେନ୍ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ପ୍ରିଲିମିନାରି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ମୋଟ ୬୮୦ଜଣ ପରୀକ୍ଷାର୍ଥୀ ମେନ୍ ଦେବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ରାଜ୍ୟର ଭୁବନେଶ୍ୱର, କଟକ ଓ ସମ୍ବଲପୁର ଆଦି ୩ଟି ଜୋନ୍ରେ ପରୀକ୍ଷା କରାଯିବ। ନଭେମ୍ବର ୩ରୁ ୬ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ହେବ। ପ୍ରାର୍ଥୀମାନଙ୍କୁ ଏହାର ସରକାରୀ ୱେବସାଇଟ୍ www.opsc.gov.in ନିୟମିତ ବ୍ୟବଧାନରେ ବ୍ରାଉଜ୍ କରିବାକୁ ପରାମର୍ଶ ଦେଇଛନ୍ତି।ଏନେଇ ଓପିଏସ୍ସି ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି।