ପୁରୀ ଜିଲା ଡେଲାଙ୍ଗର ନିଖୋଜ ନାବାଳକ ଆଶୀର୍ବାଦ ସାହୁଙ୍କ ମୃତଦେହ ସୋମବାର ମିଳିଛି। ୭ ଦିନ ପରେ ଘର ପାଖ ପାଇଖାନା ଟାଙ୍କିରୁ ମୃତଦେହ ଉଦ୍ଧାର କରାଯାଇଛି। ତେବେ ହତ୍ୟା ସନ୍ଦେହରେ ଅଭିଯୁକ୍ତ ଦାଦା ପ୍ରଭାକର ସାହୁଙ୍କୁ ପୋଲିସ ଅଟକ ରଖିଛି। ନିଖୋଜ ହେବାର ୭ ଦିନ ପରେ ନାବାଳକର ମୃତ ଦେହ ମିଳିବାପରେ ରାଗିଛନ୍ତି ଗ୍ରାମବାସୀ । ଡେଲାଙ୍ଗ ଥାନା ରତନପୁର ଗାଁର ଜଣେ ବ୍ୟକ୍ତିଙ୍କ ଘର ପାଇଖାନା ଟାଙ୍କିରୁ ମିଳିଛି ଆଶୀର୍ବାଦର ମୃତଦେହ । ପୁଲିସ ସନ୍ଦେହରେ ରତନପୁର ଗାଁର ବାପି ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି । ଆଉ ଏପଟେ ଗ୍ରାମବାସୀ ରାଗିଯାଇ ବାପି ସାହୁର ଘର ଭାଙ୍ଗିଛନ୍ତି । ପଚରାଉଚରା ପରେ ଅଭିଯୁକ୍ତ ସବୁ ସତ କଥା ପୁଲିସ ଆଗରେ ମାନିଯାଇଥିବା ସୂଚନା ମିଳିଛି ।
