ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲା ପ୍ରଶାସନ ଏବଂ ପୌର ପ୍ରଶାସନ ପକ୍ଷରୁ ଆଜି ପରାକ୍ରମ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଥିଲା। ଦୂର୍ଗା ପ୍ରସାଦ ମନ୍ଦିର ଠାରୁ ନୟାଗଡ଼ ପୁରୁଣା ସହର୍ ଶ୍ରୀ ଜଗନ୍ନାଥ ମନ୍ଦିର ପର୍ୟ୍ୟନ୍ତ ଅନୁଷ୍ଠିତ ଏକ ବାଇକ ରାଲିକୁ ସକାଳ ୮ଟାରେ ଉଦଘାଟନ କରିଥିଲେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ। ଅପରେସନ ସିନ୍ଦୁରର ସଫଳତା ଓ ଵୀର ସୈନିକ ମାନଙ୍କୁ ଉତ୍ସାହିତ କରିବା ଅବସରରେ ଏହି ବାଇକ ରାଲି ଅନୁଷ୍ଠିତ ହୋଇଥିଲା. ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ନିର୍ବାହୀ ଅଧିକାରୀ ସ୍ନେହ ଲତା ଆଚାର୍ଯ୍ୟ,ସମସ୍ତ୍ ବିଭାଗ ର ଜିଲ୍ଲା ସ୍ତରୀୟ ଅଧିକାରୀ, କ୍ରୀଡ଼ା ଅଧିକାରୀ, ପୋଲିସ ବିଭାଗ, ଜଙ୍ଗଲ ବିଭାଗ, ଶିକ୍ଷା ବିଭାଗର ପଦସ୍ଥ ଅଧିକାରୀ ମାନେ ରାଲିରେ ଯୋଗ ଦେଇଥିଲେ।ଭାରତ୍ ମାତାକି ଜୟ ପ୍ରଭୁତି ସ୍ଲୋଗାନ ଦେଇ  ପ୍ରାୟ ୫୦୦ ରୁ ଉର୍ଦ୍ଧ୍ୱ ବାଇକରେ ଜାତୀୟ ପତାକା ଲଗାଇ ସହର୍ ପରିକ୍ରମା କରିଥିଲେ।

ଅଧିକ ପଢନ୍ତୁ

kc ads