ରାୟଗଡ:- ରାୟଗଡ ଜିଲ୍ଲା ସଦର ମହକୁମା ରଣିଗୁଡ଼ା ଫାର୍ମ ବାଳିକା ବିଦ୍ୟାଳୟ ଉପକଣ୍ଠରେ ଅବସ୍ଥିତ ମାଛ ବଜାର । ଯାହା ବିଦ୍ୟାଳୟ ପାଚେରୀ କୁ ଲାଗି ରହିଛି। ପ୍ରତିଦିନ ଏହି ରାସ୍ତା ଦେଇ ଯତାୟାତ କରୁଛନ୍ତି କୋମଳ ମତି ଛାତ୍ରୀ, ଛାତ୍ର, ଅଭିଭାବକ ଓ ଶିକ୍ଷକ, ଶିକ୍ଷୟତ୍ରୀ। ଦୁର୍ଗନ୍ଧ ସହିତ ଏହି ଚଲାପଥ ରେ ଲହଡି ଖେଳୁଛି ମାଛ ପାଣି। ମାଛ ର ଦୂର୍ଘନ୍ଧ ପାଣି ନିଷ୍କାସନ ପାଇଁ କୌଣସି ଡ୍ରେନ୍ ର ବ୍ୟବସ୍ଥା ନ ଥିବାରୁ ଏହି ପାଣି ରାସ୍ତା କଡ଼ରେ ଜମି ରହୁଛି । ଏହି ପାଣିକୁ ମାଛ ବ୍ୟବସାୟୀ ମାନେ ପାଚେରୀରେ ଗର୍ତ୍ତ କରି ଛାଡୁଛନ୍ତି ଯାହା ବିଦ୍ୟାଳୟ ଭିତରେ ପ୍ରବେଶ କରୁଛି। ଏହି ପାଣି ର ଦୂର୍ଘନ୍ଦ ଏମିତି ହେଉଚି ଯାହା ଛାତ୍ର, ଛାତ୍ରୀ ମାନଙ୍କୁ ଶ୍ରେଣୀ ଗୃହରେ ବସାଇ ଦେଉନାହିଁ ବୋଲି ସେମାନେ ବାରମ୍ବାର ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ନିକଟର ଅଭିଯୋଗ କରିଛନ୍ତି। ଏବେ ବର୍ଷା ଦିନ ହୋଇଥିବାରୁ ଅସରାଏ ବର୍ଷା ହେଲେ ବର୍ଷା ପାଣି ମାଛ ପାଣି ସହିତ ମିଶି ପାଚେରୀ ନିକଟରେ ଜମି ରହୁଛି । ଯାତାୟାତ ସମୟରେ ଦୁର୍ଗନ୍ଧ ର ମାତ୍ରା ଅତ୍ୟଧିକ ହେଉଚି ଯାହା ବିଭିନ୍ନ ରୋଗ ସୃଷ୍ଟି କରିବାର ମୁଖ୍ୟ କାରଣ ହେବ ବୋଲି ଅଭିଭାବକ ମାନେ ଅଭିଯୋଗ କରିଛନ୍ତି। ସହରରେ ଅନେକ ସରକାରୀ ଜାଗା ରହିଥିବା ବେଳେ ବିଭାଗ ପକ୍ଷରୁ ଏହି ମାଛ ବଜାର ପାଇଁ କିଛି ବ୍ୟବସ୍ଥା କରାଯାଉନାହିଁ ।ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଛନ୍ତି ମାତ୍ର ଏଥିପ୍ରତି ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରୁନାହାନ୍ତି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ସରକାର କୋମଳମତି ଶିଶୁଙ୍କୁ ଅପପୁଷ୍ଟି ଓ ଅସୁସ୍ଥ ପରିବେଶ ରୁ ମୁକ୍ତ ରଖିବା ପାଇଁ ବିଭିନ୍ନ ଯୋଜନା କରିଛନ୍ତି, ମତ୍ର ତାହା କେବଳ ପ୍ରଚାର, ପ୍ରସାରରେ ସୀମିତ ରହୁଛି ବୋଲି ପରିବେଶବିତ ଖୋବ ପ୍ରକାଶ କରି କହିଛନ୍ତି। ଏପରି ଦୁଷିତ ପରିବେଶରୁ କୋମଳମତି ଶିଶୁଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ଏ ନେଇ ଆମେ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଏକଜିକ୍ୟୁଟିଭ୍ ଅଫିସର କୁଲଦୀପ କୁମାର ଙ୍କୁ ଯୋଗା ଯୋଗ କରିବାରୁ ସେ କହିଛନ୍ତି ମାଛ ବ୍ୟବସାୟୀ ଙ୍କ ପାଇଁ ଅନ୍ୟତ୍ର ସ୍ଥାନ ଚିହ୍ନଟ ହୋଇଛି ମାତ୍ର ବ୍ୟବସାୟୀ ନିଜର ବେପାର ଭଲ ହେଉଥିବାରୁ ଏଠାରୁ ଉଠିବାକୁ ନାରାଜ ମାତ୍ର ଖୁବ ଶିଘ୍ର ସେମନଙ୍କୁ ଉଠାଯିବ।ଏକ ସୁସ୍ତ ପରିବେଷ ଗଠନ ସହିତ ଛାତ୍ରୀ, ଛାତ୍ର ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ଦୃଷ୍ଟି ଦେଇ ପ୍ରଶାସନ କେବେ ଏହି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।
