ପାକିସ୍ତାନୀଙ୍କୁ ଚିହ୍ନଟ କରି ବିଦା କରିବାକୁ ଦେଲେ ନିର୍ଦ୍ଦେଶ

ପାକିସ୍ତାନ-ଭାରତ ଯୁଦ୍ଧ ଆଶଙ୍କା ଭିତରେ କଠୋର ହୋଇଛନ୍ତି ଭାରତ ସରକାର । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ପ୍ରତି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଗୃହମନ୍ତ୍ରୀ । ଏହି କ୍ରମରେ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି, ନିଜ ନିଜ ରାଜ୍ୟରେ ରହୁଥିବା ପାକିସ୍ତାନୀମାନଙ୍କ ଭିସା ରଦ୍ଦ କରି ସେମାନଙ୍କୁ ତୁରନ୍ତ ରାଜ୍ୟରୁ ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ପାକିସ୍ତାନ ନାଗରିକ ଯେକୌଣସି ପ୍ରକାର ଭିସା ନେଇ ଭାରତ ଆସିଥିଲେ ବି ତୁରନ୍ତ ଭିସା ରଦ୍ଦ କରି ସେମାନଙ୍କୁ ଭାରତର ବିଦା କରାଯିବ । ୨୭ ତାରିଖରେ ପାକିସ୍ତାନୀ ଭିସା ଅବଧି ସମାପ୍ତ ହେବା ନେଇ କେନ୍ଦ୍ର ସରକାର ଘୋଷଣା କରିଥିଲେ । ଆଉ ମାତ୍ର ୨ ଦିନ ଭିତରେ ପାକିସ୍ତାନୀଙ୍କୁ ଭାରତ ଛାଡ଼ିବାକୁ ପଡ଼ିବ ।

ଯେଉଁମାନେ ମେଡିକାଲ ଭିସାରେ ଭାରତରେ ଅଛନ୍ତି, ସେମାନଙ୍କ ଭିସା ଅବଧି ୨୯ ତାରିଖରେ ସମାପ୍ତ ହେବ ।ଏହା ବ୍ୟତୀତ ଅଟାରୀ ସୀମାକୁ ବନ୍ଦ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଭାରତ ଆସିଥିବା ପାକିସ୍ତାନୀ ନାଗରିକମାନଙ୍କୁ ଏହି ରାସ୍ତା ଦେଇ ଫେରିବା ପାଇଁ ମେ ୧ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଭାରତରେ ଥିବା ପାକିସ୍ତାନୀ ହାଇକମିଶନରେ ନିଯୁକ୍ତ ପାକିସ୍ତାନୀ ପ୍ରତିରକ୍ଷା ପରାମର୍ଶଦାତାମାନଙ୍କୁ ଦେଶ ଛାଡିବା ପାଇଁ ଗୋଟିଏ ସପ୍ତାହ ସମୟ ଦିଆଯାଇଥିଲା। ଏହା ସହିତ, ଉଭୟ ହାଇକମିଶନରେ ନିଯୁକ୍ତ କର୍ମଚାରୀଙ୍କ ସଂଖ୍ୟା ୫୦ ରୁ ୩୦ କୁ ହ୍ରାସ କରାଯାଇଛି ।

ଅଧିକ ପଢନ୍ତୁ

kc ads