Oplus_131072

କାର୍ତ୍ତିକ ପୂର୍ଣ୍ଣିମାରେ ଉନ୍ମୋଚିତ ହେଲା ଏସଡିପିଓ ସରୋଜ କୁମାର ସାହୁଙ୍କ ପୁସ୍ତକ ‘ସ୍ମୃତି ସ୍ମଳନ’

ନୟାଗଡ଼,(ଓଡ଼ିଶା ଦର୍ପଣ): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସ୍ଥାନୀୟ ମା’ ଦକ୍ଷିଣକାଳୀଙ୍କ ମନ୍ଦିର ପ୍ରାଙ୍ଗଣରେ ଏକ ନିରାଡ଼ମ୍ବର ତଥା ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଖଣ୍ଡପଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ତଥା ସୁସାହିତ୍ୟିକ କବି ସରୋଜ କୁମାର ସାହୁଙ୍କ ରଚିତ ପୁସ୍ତକ “ସ୍ମୃତି ସ୍ମଳନ” ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଯାଇଛି।
ଏହି ଉନ୍ମୋଚନ ଉତ୍ସବରେ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ, ବିଶିଷ୍ଟ କବି ଗୋଦାବରୀଶ ମିଶ୍ର, ଶାନ୍ତି କମିଟି ସଭାପତି ବୈକୁଣ୍ଠନାଥ ପ୍ରଧାନ, ଇଟାମାଟି ଯଦୁମଣୀ କ୍ଲବ ସମ୍ପାଦକ ଫକୀର ଚରଣ ବାଇଗଞ୍ଜନ ଏବଂ ବରିଷ୍ଠ ଆଇନଜୀବୀ ପ୍ରଭାତ କୁମାର ବରାଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁସ୍ତକଟିକୁ ଲୋକାର୍ପିତ କରିଥିଲେ।
ଆରକ୍ଷୀ ପ୍ରଶାସନର ଗୁରୁଦାୟିତ୍ୱ ନିର୍ବାହ କରିବା ସହିତ ସାହିତ୍ୟ ସାଧନା ମାଧ୍ୟମରେ ମାନବୀୟ ସମ୍ବେଦନା ଓ ସ୍ମୃତିକୁ ଲେଖନୀରେ ରୂପ ଦେବାର କବି ଶ୍ରୀ ସାହୁଙ୍କ ଏହି ପ୍ରୟାସକୁ ଉପସ୍ଥିତ ଅତିଥି ଓ ବୁଦ୍ଧିଜୀବୀମାନେ ଭୂୟସୀ ପ୍ରଶଂସା କରିବା ସହ ପୁସ୍ତକର ପାଠକୀୟ ଆଦୃତି କାମନା କରିଥିଲେ।

ଅଧିକ ପଢନ୍ତୁ