ପାଚିକା ଓ ସହାୟିକାଙ୍କ ପାରିତୋଷିକ ବୃଦ୍ଧି

ହୋଲି ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ରାଜ୍ୟର ପାଚିକା ତଥା ସହାୟିକାଙ୍କ ମାସିକ ପାରିତୋଷିକକୁ ନେଇ ଏକ ବଡ଼ ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ଯୋଜନା ଅଧୀନସ୍ଥ କାର୍ଯ୍ୟରତ ପାଚିକା ତଥା ସହାୟିକାଙ୍କ ମାସିକ ପାରିତୋଷିକ ୨ ହଜାର ଟଙ୍କାରୁ ୩ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଆସନ୍ତା ଏପ୍ରିଲ ୧ ତାରିଖରୁ ଏହି ବର୍ଦ୍ଧିତ ପାରିତୋଷିକ ଲାଗୁ ହେବ।ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅତିରିକ୍ତ ସଚିବ ସଂଗ୍ରାମ ମହାପାତ୍ର ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ର୍ନିମାଣର ରାଜ୍ୟ ଭାରପ୍ରାପ୍ତ ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ଅବଗତ କରିଛନ୍ତି। ଏହା ଦ୍ବାରା ରାଜ୍ୟରେ କାର୍ଯ୍ୟରତ ଥିବା ୧,୧୨,୦୯୦ ଜଣ ପାଚକ, ପାଚିକା ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ ୧୧୨ କୋଟି ୯ ଲକ୍ଷ ଟଙ୍କା ବ୍ୟୟ କରିବେ।

ଅଧିକ ପଢନ୍ତୁ

Odisha Darpan Digital