ଜନ୍ତର-ମନ୍ତର ସିଜନ-୨ର ପ୍ରସ୍ତୁତି ! ଅଭିଜିତ ଦୀପକେଙ୍କୁ ପାର୍କରୁ ତଡ଼ିଦେଲେ ଲୋକେ

ଜନ୍ତର-ମନ୍ତର ସିଜନ-୨ର ପ୍ରସ୍ତୁତି ଆରମ୍ଭ | ଦିଲ୍ଲୀରେ ବୈଠକ କରିବାକୁ ସ୍ଥାନ ଖୋଜୁଥିବା ଅଭିଜିତ ଦୀପକେ ଏବଂ ତାଙ୍କ ଟିମ୍‌କୁ ଏକ ରେସିଡେଣ୍ଟ ସୋସାଇଟିର ପାର୍କରେ ବୈଠକ ଆରମ୍ଭ କରିବା ମାତ୍ରେ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଏହାକୁ ବିରୋଧ କରିଥିଲେ। ଲୋକେ ସ୍ପଷ୍ଟ ଭାବେ କହିଥିଲେ ଯେ, ସୋସାଇଟିର ପାର୍କ ଧାରଣା କିମ୍ବା ରାଜନୈତିକ କାର୍ଯ୍ୟକଳାପ ପାଇଁ ନୁହେଁ। ବିରୋଧ ବଢ଼ିବାରୁ ପୋଲିସକୁ ମଧ୍ୟସ୍ଥତା କରିବାକୁ ପଡ଼ିଥିଲା। ଶେଷରେ ଦୀପକେ ତାଙ୍କ ସାଥୀମାନଙ୍କ ସହ ସେଠାରୁ ଫେରିବାକୁ ବାଧ୍ୟ ହୋଇଥିଲେ।ଏହା ପୂର୍ବରୁ ଅଭିଜିତ ଦୀପକେ ଅଭିଯୋଗ କରିଥିଲେ ଯେ, ଦିଲ୍ଲୀରେ ଭଲଣ୍ଟିୟରମାନଙ୍କ ସହ ବୈଠକ କରିବା ପାଇଁ ତାଙ୍କ ଟିମକୁ ସ୍ଥାନ ମିଳୁନାହିଁ। ସେ କହିଥିଲେ ଯେ, ଇନଡୋର୍‌ ହଲ ପାଇଁ ଅନେକ ଲୋକଙ୍କ ସହ ଯୋଗାଯୋଗ କରାଯାଇଥିଲା, କିନ୍ତୁ କେହି ମଧ୍ୟ ସ୍ଥାନ ଦେବାକୁ ରାଜି ହୋଇନଥିଲେ। ଦୀପକେଙ୍କ ଅନୁସାରେ, କିଛି ଲୋକ ସ୍ପଷ୍ଟ ଭାବେ କହିଥିଲେ ଯେ, ସେମାନଙ୍କ ଉପରେ ଉପରୁ ଚାପ ରହିଛି ଏବଂ ସେମାନେ ‘କକରୋଚ ଜନତା ପାର୍ଟି’ର ବୈଠକ ପାଇଁ ହଲ ଉପଲବ୍ଧ କରାଇପାରିବେ ନାହିଁ। ଅନ୍ୟପଟେ CJP ସିଜିନ୍-୨ ଖୁବଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଅଭିଜିତ୍ ଦୀପକେ। ତାଙ୍କର ଏହି ବୟାନ ପରେ CJP ସହ ଜଡ଼ିତ ଲୋକଙ୍କ ମଧ୍ୟରେ ପୁଣିଥରେ ଉତ୍ସାହ ଦେଖାଦେଇଛି।ଅଭିଜିତ୍ ଦୀପକେ କହିଛନ୍ତି ଯେ, ଅନେକ ଲୋକ ଇନ୍‌ଷ୍ଟାଗ୍ରାମରେ CJP ସିଜିନ୍-୨ କେବେ ଆସିବ, ସେନେଇ କମେଣ୍ଟ କରୁଛନ୍ତି। ସୋସିଆଲ ମିଡିଆରେ ଲଗାତାର ଏଭଳି ପ୍ରଶ୍ନ ଆସୁଥିବାରୁ ସେ ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି।

ଅଧିକ ପଢନ୍ତୁ