ପୁଣି ଲରେନ୍ସ ବିଷ୍ଣୋଇଙ୍କ ନାଁରେ ଆସିଲା ଧମକ

ବଲିଉଡ ଅଭିନେତା ସଲମାନ ଖାନ ପୁଣିଥରେ ଲରେନ୍ସ ବିଷ୍ଣୋଇଙ୍କ ନାମରେ ଏକ ଧମକ ପାଇଛନ୍ତି। ପୋଲିସ ସୂତ୍ରରୁ ପ୍ରକାଶ ଯେ ମୁମ୍ବାଇ ପୋଲିସର ଟ୍ରାଫିକ କଣ୍ଟ୍ରୋଲ ସେଲ ଲରେନ୍ସଙ୍କ ନାମରେ ଏକ ଧମକପୂର୍ଣ୍ଣ ବାର୍ତ୍ତା ପାଇଛି। ତେବେ ଫୋନ କଲର ସତ୍ୟତା କେତେ ରହିଛି, ଏନେଇ ଯାଞ୍ଚ କରୁଛି ମୁମ୍ବାଇ ପୁଲିସ ।

ଧମକ ଦେଇଥିବା ବ୍ୟକ୍ତି ସଲମାନଙ୍କୁ ଜୀବନ ବଞ୍ଚାଇବାକୁ ଦୁଇଟି ବିକଳ୍ପ ଦେଇଛି । ହନୁମାନ ମନ୍ଦିର ଯାଇ କ୍ଷମା ମାଗନ୍ତୁ କିମ୍ବା ୫କୋଟି ଟଙ୍କା ଦିଅନ୍ତୁ । ଯଦି କଥା ନମାନିବେ ତେବେ ବିଷ୍ଣୋଇ ଗ୍ୟାଙ୍ଗ ସଲମାନଙ୍କୁ ହତ୍ୟା କରିବେ ବୋଲି ଧମକ ମିଳିଛି । ପୋଲିସ କହିଛି ଯେ ଗତକାଲି (ସୋମବାର) ଏହି ଧମକପୂର୍ଣ୍ଣ ବାର୍ତ୍ତା ବିଷୟରେ ସେମାନେ ଜାଣିବାକୁ ପାଇଥିଲେ। ଏହି ଧମକ ଦେଇଥିବା ବ୍ୟକ୍ତିଙ୍କୁ ପୋଲିସ ବର୍ତ୍ତମାନ ଖୋଜୁଛି। କିଛି ଦିନ ପୂର୍ବରୁ ସଲମାନ ଖାନଙ୍କୁ ମଧ୍ୟ ମୃତ୍ୟୁ ଧମକ ମିଳିଥିଲା। ଏହି ମାମଲାରେ ପୋଲିସ ନୋଏଡାରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା।

ଅଧିକ ପଢନ୍ତୁ

Odisha Darpan Digital