ବିଧାନସଭା ବାହାରେ ହଙ୍ଗାମା । ଗେଟ ପାଖରେ ହାଇଡ୍ରାମା କଲେ ବିରୋଧୀ । ପୋଲିସ ବ୍ୟାରିକେଡ ଭାଙ୍ଗିଦେଲେ କଂଗ୍ରେସ ଓ ବିଜେଡି ବିଧାୟକ। କେତେବେଳେ ବିରୋଧୀଙ୍କ ହୋହାଲ୍ଲାରେ ଗୃହ ମୁଲତବୀ ହେଉଛ ତ ଆଉ କେତେବେଳେ ବିଧାୟକଙ୍କୁ ସସ୍ପେଣ୍ଡ ନେଇ ଚାଲିଛି ଧାରଣା । ତେବେ କଂଗ୍ରେସର ଆଉ ୨ ଜଣ କଂଗ୍ରେସ ବିଧାୟକ ହେଲେ ସସପେଣ୍ଡ । ତାରା ବାହିନୀପତି ଓ ରମେଶ ଜେନାଙ୍କୁ ଆଜି ନିଲମ୍ବନ କରିଛନ୍ତି ବାଚସ୍ପତି। ଆଜି କଂଗ୍ରେସ ବିଧାୟକ ଓ ସମର୍ଥକ ଧାରଣାରୁ ଉଠି ବିଧାନସଭା ଗେଟ୍ ଭାଙ୍ଗି ଧସେଇ ପଶିବା ପରେ ଦୁଇ ବିଧାୟକଙ୍କ ନିଲମ୍ବନ ଖବର ଆସିଛି ।ମଙ୍ଗଳବାର ବିଧାନସଭାରୁ କଂଗ୍ରେସର ୧୨ ବିଧାୟକଙ୍କୁ ସସ୍ପେଣ୍ଡ କରାଯାଇଥିଲା ।
ଆରମ୍ଭ ହେବା ମାତ୍ରେ ନିଲମ୍ବିତ ବିଧାୟକମାନେ ବିଧାନସଭା ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ଯାହାକୁ ଅଟକାଇଥିଲେ ପୋଲିସ । ହେଲେ କଂଗ୍ରେସ ନେତାମାନେ କୌଣସି କଥାକୁ ମାନିନଥିଲେ । ଶେଷରେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲେ । ଠିକ୍ ଏହି ସମୟରେ ବିଜେଡ଼ି ବିଧାୟକମାନେ ଗେଟ୍ ଭାଙ୍ଗି ବାହାରକୁ ଆସିଥିଲେ, ଆଉ କଂଗ୍ରେସ ବିଧାୟକମାନଙ୍କୁ ବିଧାନସଭା ପରିସରକୁ ନେଇଥିଲେ । ସେଠାରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ ।