ପୁରୀ ଜିଲା ଡେଲାଙ୍ଗ ଥାନା ଅଧୀନ ରତନପୁର ଗ୍ରାମରେ ଏକ ନାବାଳକଙ୍କୁ ବର୍ବରୋଚିତ ଭାବେ ହତ୍ୟା ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାର ତଦନ୍ତ ପରେ ପୁରୀ ସୁପେରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ୍ (ଏସ୍ପି) ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରକାଶ କରିଛନ୍ତି। ଅଭିଯୁକ୍ତ ବାପି ନାବାଳକକୁ ଅପ୍ରାକୃତିକ ଯୌନସମ୍ପର୍କ ରଖିବାକୁ ଅର୍ଥ ଦେଇ ପ୍ରଲୋଭିତ କରାଇଥିଲା । ନାବାଳକକୁ ଅଭିଯୁକ୍ତ ଅର୍ଥ ନଦେବାରୁ ନାବାଳକ ଘରେ କହିଦେବ ବୋଲି କହିଥିଲା । ପ୍ରତିଶୋଧ ପରାୟଣ ହୋଇ ନାବାଳକକୁ ଅଭିଯୁକ୍ତ ବାପି ହତ୍ୟା କରିଥିଲା । ପୋଲିସ ତୁରନ୍ତ ଚାର୍ଜସିଟ୍ ପ୍ରସ୍ତୁତ କରି ପୋକ୍ସୋ କୋର୍ଟରେ ଦାଖଲ କରିବ । ପୁରୀ ଏସ୍ପି ବିନୀତ ଅଗ୍ରୱାଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।ଘଟଣାର ଅଧିକ ତଦନ୍ତ ପାଇଁ ଆଜି ଗାଁରେ ପହଂଚିଥିଲା ସାଇଣ୍ଟିଫିକ ଟିମ୍ । ମୃତଦେହ ମିଳିଥିବା ପାଇଖାନା ଟାଙ୍କିର ୧୦୦ ମିଟର ଦୁରରେ ଥିବା ଆଉ ଏକ ଟାଙ୍କିରୁ ମିଳିଥିଲା ନାବାଳକର ସାର୍ଟ-ପ୍ୟାଂଟ ।ଏହି ହତ୍ୟାକାଣ୍ଡ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିବା ବେଳେ ପୋଲିସ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ତଦନ୍ତରେ ଅଧିକ ତଥ୍ୟ ସାମ୍ନାକୁ ଆସିବା ପରେ ଘଟଣାର ପୂରା ଚିତ୍ର ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।
