ରାଷ୍ଟ୍ରପତିଙ୍କ ଅନୁରୋଧ ରକ୍ଷା କଲା ଦୂରଦର୍ଶନ । ପ୍ରଥମ ଥର ପାଇଁ ସାନ୍ତାଳୀ ଭାଷାରେ ପ୍ରସାରଣ କଲା ସମାଚାର ।ଦୂରଦର୍ଶନ ତଥା ଡିଡି ଓଡିଆ ଟେଲିଭିଜନ ଚ୍ୟାନେଲରେ ପ୍ରଥମ ଥର ପାଇଁ ଗୁରୁବାର ସାନ୍ତାଳୀ ଭାଷାରେ ସମାଚାର ସମ୍ପାଦାନ କରିଛି । ଯାହା ପ୍ରସାରିତ ହେବା ପରେ ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ।ତେବେ ୧୧ ଡିସେମ୍ବର ୨୦୨୪ରେ ଅର୍ଥାତ୍ ଗତକାଲି ପ୍ରଥମ ଥର ପାଇଁ ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରରେ ଏକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇ ଡିଡି ଓଡ଼ିଆରେ ସାନ୍ତାଳୀ ନ୍ୟୁଜ୍ ବୁଲେଟିନ୍ ଲଞ୍ଚ ହୋଇଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜେ ରାଷ୍ଟ୍ରପତି ଭବନରେ ସାନ୍ତାଳୀ ନ୍ୟୁଜ୍ ବୁଲେଟିନ୍ ଡିଡି ନ୍ୟୁଜରେ ଦେଖି ଖୁସି ବ୍ୟକ୍ତ କରିଛନ୍ତି । ଏଥିସହିତ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଦୂରଦର୍ଶନକୁ ସାଧୁବାଦ୍ ଜଣାଇଛନ୍ତି ।
![](https://odishadarpan.in/wp-content/uploads/2024/12/news-bulletin-in-santali-language-750x396-1.jpg)