ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ସ୍ୱତନ୍ତ୍ର ଟ୍ରେନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଆସନ୍ତା ଅକ୍ଟୋବର ୩୧ ତାରିଖରେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୧ତମ ଜନ୍ମବାର୍ଷିକୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରସ୍ଥିତ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ନିକଟରେ ଅନୁଷ୍ଠିତ ହେବାକୁଥିବା ଜାତୀୟ ପ୍ୟାରେଡ୍‌ରେ ଯୋଗଦେବା ପାଇଁ ଆଜି ଭୁବନେଶ୍ୱର ନୂଆ ରେଳ ଷ୍ଟେସନରୁ ଏକ ସ୍ୱତନ୍ତ୍ର ଟ୍ରେନ୍‌କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।ରାଜ୍ୟର ୧୯ଟି ନକ୍ସଲମୁକ୍ତ ଜିଲ୍ଲାରୁ ପ୍ରାୟ ଏକ ହଜାର ଜଣ ପ୍ରତିନିଧି ଏହି ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଗୁଜରାଟ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି, ଯେଉଁମାନେ କି ଏକତା ନଗରରେ ଶାନ୍ତି, ସୁରକ୍ଷା ଏବଂ ପ୍ରଗତିର ପ୍ରତୀକ ଭାବେ ଓଡ଼ିଶାର ପ୍ରତିନିଧିତ୍ୱ କରିବେ।ରାଜ୍ୟର ୧୯ଟି ଜିଲ୍ଲାରୁ ପ୍ରତ୍ୟେକ ଜିଲ୍ଲାର ୫୦ ଜଣ ଲେଖାଏଁ ଏକ ହଜାର ପ୍ରତିନିଧି ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦୃଢ଼ ନେତୃତ୍ୱ ଏବଂ ଦେଶ ତଥା ରାଜ୍ୟର ସୁରକ୍ଷା ବାହିନୀଙ୍କ ପ୍ରଚେଷ୍ଟା ଫଳରେ ଦେଶ ଏବଂ ଓଡ଼ିଶା ସମ୍ପୂର୍ଣ୍ଣ ନକ୍ସଲମୁକ୍ତ ହୋଇ ଦ୍ରୁତ ଗତିରେ ବିକାଶ ପଥରେ ଆଗେଇ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଅଧିକ ପଢନ୍ତୁ