ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ଗଡ଼ିବ ଡବଲ ଡେକର୍ ବସ୍।

ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ଭୁବନେଶ୍ୱରରେ ଚାଲିବ ଡବଲ ଡେକର ବସ୍ I ଏଥିପାଇଁ ମୁମ୍ବାଇରୁ ଆସୁଛି ୫ଟି ଇ- ଡବଲ ଡେକର ବସ୍‌। କାରଣ କ୍ରୁଟ ଦେଇଥିବା ଅର୍ଡର ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ଆସୁଥିବା ୫ଟି ବସ୍‌ ମଙ୍ଗଳବାର ପହଞ୍ଚିପାରେ।ଏହି ଡବଲ ଡେକରର ଡିଜାଇନରେ ଓଡିଶାର କଳା ଏବଂ ସଂସ୍କୃତି ଦୃଶ୍ୟମାନ ହେବ। ଏହାଦ୍ୱାରା ଟ୍ୱିନ୍ ସିଟି ଏବଂ ପୁରୀରେ ଅଧିକ ଆରାମଦାୟକ ଯାତ୍ରା କରିବାକୁ ସକ୍ଷମ ହେବେ କାରଣ ଡବଲ୍-ଡେକର୍ ଇଲେକ୍ଟ୍ରିକ୍ ଏସି ବସ୍ ସେମାନଙ୍କୁ ନିଜ ଗନ୍ତବ୍ୟ ସ୍ଥାନକୁ ନେଇଯିବ।ସବୁଜ ଶକ୍ତି ବୃଦ୍ଧି ତଥା ଅଙ୍ଗାରକାମ୍ଳ ହ୍ରାସ ପାଇଁ ସରକାରଙ୍କ ଉଦ୍ୟମର ଏକ ଅଂଶ ଭାବରେ ଭୁବନେଶ୍ୱର, କଟକ ଏବଂ ପୁରୀରେ ଡବଲ ଡେକର ଚାଲିବ ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ପୂର୍ବରୁ ଘୋଷଣା କରିଥିଲେ। ଏହା ମଧ୍ୟ ଏହି ସହରଗୁଡିକରେ ଟ୍ରାଫିକ୍ ଚାପକୁ ହ୍ରାସ କରିବ।ସୂଚନାଥାଉକି, ଗତ ୧୦ ତାରିଖରେ କ୍ରୁଟ ପକ୍ଷରୁ ଡବଲ ଡେକର ବସ୍‌ ପାଇଁ ଟେଣ୍ଡର ଆହ୍ବାନ କରିଥିଲା। ପ୍ରଥମ ପର୍ଯ୍ୟାୟରେ ୫ଟି ଡବଲ୍ ଡେକର୍ ଆଣିବା ନେଇ ଯୋଜନା ରଖାଯାଇଥିବାବେଳେ। ଡବଲ୍ ଡେକର୍ ଇ-ବସ୍ ପାଇଁ ଘରୋଇ ସଂସ୍ଥା ସହ ୧୦ ବର୍ଷିଆ ଚୁକ୍ତି କରାଯିବ। ସପ୍ଲାଏ, ଅପରେସନ୍, ମେଣ୍ଟେନାନ୍ସ ଓ କର୍ମଚାରୀ ସଂପୃକ୍ତ ଘରୋଇ ସଂସ୍ଥା ଯୋଗାଇବ। ଆବଶ୍ୟକ ପଡ଼ିଲେ ଚୁକ୍ତିକୁ ଆହୁରି ୨ ବର୍ଷ ବଢ଼ା ଯାଇପାରେ ବୋଲି କ୍ରୁଟ ପକ୍ଷରୁ ଦର୍ଶାଯାଇଛି ।

ଅଧିକ ପଢନ୍ତୁ

Odisha Darpan Digital