ଫିଲ୍ମ ଦମନକୁ ମିଲ ଜାତୀୟ ପୁରସ୍କାର

ଭାରତ ସରକାରଙ୍କ ଦ୍ବାରା ଆୟୋଜିତ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଦମନ’କୁ ମିଳିଲା ଜାତୀୟ ପୁରସ୍କାର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଏହି ଚଳଚ୍ଚିତ୍ରର ପ୍ରଯୋଜକ ଓ ୨ ନିର୍ଦେଶକ ପୁରସ୍କାର ଗ୍ରହଣ କରିଛନ୍ତି। ନିର୍ଦ୍ଦେଶକ ବିଶାଲ ମୌର୍ଯ୍ୟ ଓ ଦେବୀପ୍ରସାଦ ଲେଙ୍କା ମଧ୍ୟ ପୁରସ୍କୃତ ହୋଇଛନ୍ତି।ଏହି ପୁରସ୍କାର ସହିତ ଓଡିଆ ଚଳଚ୍ଚିତ୍ର ଇତିହାସରେ ଯୋଡି ହୋଇଛି ଆଉ ଏକ ପୃଷ୍ଠା । ଓଡିଶାରେ ଥିବା ଅନେକ ଯୁବ ପ୍ରତିଭା ଓ ଯୁବ ନିର୍ଦ୍ଦେଶକଙ୍କୁ ଏହା ପ୍ରେରଣା ଦେବା ସହିତ ନୂଆ କିଛି କାମ କରିବାକୁ ମାର୍ଗ ଦେଖାଇବ ବୋଲି ଆଶା କରାଯାଉଛି।ସିନେମା ‘ଦମନ’ର କଥାବସ୍ତୁ ହେଲା-ମ୍ୟାଲେରିଆ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଦୁର୍ଗମ ଅଞ୍ଚଳରେ ‘ଦମନ’ ନାମରେ ଏକ ଯୋଜନା ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିଲା। ଏହି ଯୋଜନାରେ ସ୍ବତନ୍ତ୍ର ଭାବେ ମ୍ୟାଲେରିଆ କ୍ୟାମ୍ପ କରାଯାଇ ଏହାର ସଚେତନତା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଅଧିକ ପଢନ୍ତୁ