ଆଗକୁ ଯାତ୍ରା ପାର୍ଟିରେ କାମ କରିପାରିବେନି ଅଭିନେତା ନରି ପଣ୍ଡା । ଯାତ୍ରା ତୁଳସୀ ମାଲିକ ଓ ନରି ପଣ୍ଡାଙ୍କ ଭିତରେ ହୋଇଥିଲା ବିବାଦ ଏବେ ନୂଆ ମୋଡ଼ ନେଇଛି। ହାସ୍ୟ ଅଭିନେତା ନରିଙ୍କୁ ଯାତ୍ରା ପାର୍ଟିରୁ ବ୍ୟାନ୍ କରାଯାଇଛି।ସୂଚନାଥାଉକି, ଯାତ୍ରା କଳାକାର ତଥା ହାସ୍ୟ ଅଭିନେତା ନରି ପଣ୍ଡା ଆଗାମୀ ଯାତ୍ରା ଋତୁ ୨୦୨୫- ୨୬ ପାଇଁ ତୁଳସୀ ଗଣନାଟ୍ୟକୁ ଯିବା ପାଇଁ ୧୬ ଲକ୍ଷ ଟଙ୍କାରେ ଏଗ୍ରିମେଣ୍ଟ କରିଥିଲେ। ସେ ଦୁଇଟି ପର୍ଯ୍ୟାୟରେ ୧୦ ଲକ୍ଷ ଟଙ୍କା ନେଇଥିବା ବେଳେ ଆଉ ଅବଶିଷ୍ଟ ଟଙ୍କା ପାଇଁ ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳଙ୍କୁ ଫୋନ କରିବାରୁ ସେ ଫୋନରେ ତାଙ୍କୁ ଆଉ ତାଙ୍କ ପତ୍ନୀଙ୍କୁ ଖରାପ ବ୍ୟବହାର କରିଥିବା ନରି ପଣ୍ଡା ଅଭିଯୋଗ କରିଥିଲେ। ଖାଲି ସେତିକି ନୁହେଁ ନରି ପଣ୍ଡାଙ୍କୁ ତୁଳସୀ ଗଣନାଟ୍ୟର ମାଲିକ ମାଡ଼ ମଧ୍ୟ ଅଭିଯୋଗ କରିଥିଲେ ନରି। ନରି ପଣ୍ଡାଙ୍କୁ ମାଡ ଘଟଣାରେ ସେ ଥାନାରେ ଏତଲା ଦେଇଥିଲେ। ସେ କହିଥିଲେ କୌଣସି ପରିସ୍ଥିତିରେ ମାଡ ପରେ ତୁଳସୀରେ କାମ କରିବେ ନାହିଁ । ତେବେ ଜୀବନର ସୁରକ୍ଷା ପାଇଁ ବାଲିଚନ୍ଦ୍ରପୁର ଥାନାକୁ ନ ଯାଇ ଅନଲାଇନରେ ଏତଲା ଦେଇଥିଲେ । ସେ କଳାକାର ମହସଂଘ ଓ ବରିଷ୍ଠ କଳାକାରଙ୍କ ସହ କଥା ହେବା ପରେ ଆଇନର ଆଶ୍ରୟ ନେଇଥିଲେ । ସେ ଏହା ମଧ୍ୟ କହିଥିଲେ ନ୍ୟାୟ ନ ମିଳିଲେ ଯାତ୍ରାରୁ ସନ୍ୟାସ ନେବି।
ତୁଳସୀ ପାର୍ଟିର ମାଲିକ ଓ ତାଙ୍କ ସହଯୋଗୀ ମାନେ ମୋତେ ଧମକ ଦେଉଛନ୍ତି। ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ ଓ ମାନବାଧିକାର କମିଶନଙ୍କୁ ମଧ୍ୟ ଅବଗତ କରିଛନ୍ତି। ତେବେ ଅନ୍ୟ ଯାତ୍ରା ପାର୍ଟିରୁ ଅଧିକ ଟଙ୍କା ନେବା ଘଟଣାକୁ ନେଇ ନରି ପଣ୍ଡା କହିଛନ୍ତି ଯେ ତୁଳସୀ ମାଲିକ ପ୍ରମାଣ ଦିଅନ୍ତୁ । ଯଦି ମୁଁ ଅନ୍ୟ କେଉଁ ଯାତ୍ରା ପାର୍ଟି ସହ ଚୁକ୍ତି କରିଥିବି ତାହା ହେଲେ ୩ ବର୍ଷ ପାଇଁ ତୁଳସୀ ପାର୍ଟିରେ ବିନା ପାରିଶ୍ରମିକରେ ଅଭିନୟ କରିବି । କିନ୍ତୁ ଯଦି ନ୍ୟାୟ ନ ମିଳେ ତାହା ହେଲେ ସେ ଯାତ୍ରା ଜଗତରୁ ସନ୍ନ୍ୟାସ ନେବା ସହ ମଞ୍ଚରୁ ବିଦାୟ ନେବି। ଯେଉଁ ସମୟରେ ସେ ତୁଳସୀ ମାଲିକଙ୍କୁ ଭେଟିଥିଲେ ସେହି ସମୟର ସିସିଟିଭି ଫୁଟେଜ ସାର୍ବଜନୀନ କରନ୍ତୁ, ନ ହେଲେ ସାଧାରଣ ଲୋକେ ସତ ଜାଣି ପାରିବେ ନାହିଁ । ଅନ୍ୟ ପକ୍ଷରେ ନରି ପଣ୍ଡା କରିଥିବା ଅଭିଯୋଗ ବିରୁଦ୍ଧରେ ଆଇନର ଆଶ୍ରୟ ନେବେ ବୋଲି କହିଥିଲେ ଯାତ୍ରା ମାଲିକ ଅନନ୍ତ ନାରାୟଣ ଧଳ। ସେ କହିଥିଲେ ପୋଲିସ ମଧ୍ୟ ସିସିଟିଭି ଯାଞ୍ଚ କରିଛି। ମାଡ଼ ମରାଯିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ଟଙ୍କା ନେଇଛନ୍ତି କାମ କରିବା ପାଇଁ ସେ କାମ କରନ୍ତୁ ନହେଲେ ସେ ଆଇନର ଆଶ୍ରୟ ନେବେ ବୋଲି କହିଥିଲେ ଯାତ୍ରା ମାଲିକ ଅନନ୍ତ ନାରାୟଣ ଧଳ।