ମହିଳା ସଂରକ୍ଷଣ ବିତର୍କ : ବିଧାନସଭା ଅଧିବେଶନରେ ‘କଙ୍କାଳ’ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ନବୀନ

ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ଆରମ୍ଭରୁ କଂଗ୍ରେସ ବିଧାୟକଙ୍କ ହୋହଲ୍ଲା ଦେଖାଯାଇଛି।କେନ୍ଦୁଝର ପ୍ରସଙ୍ଗ ଉଠାଇ ସରକାର ଘେରିବାକୁ କଂଗ୍ରେସ ସଦସ୍ୟ ଉଦ୍ୟମ କରିଛନ୍ତି। ହଟ୍ଟଗୋଳ ମଧ୍ୟରେ ପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ବିଷୟରେ ଆଲୋଚନା ପାଇଁ ପ୍ରସ୍ତାବ ଆଗତ ହୋଇଛି। ସ୍ୱତନ୍ତ୍ର ଅଧିବେଶନ ବେଳେ କଂଗ୍ରେସ ବିଧାୟକ କକ୍ଷ ତ୍ୟାଗ କରିଛନ୍ତି।ଅନ୍ୟପଟେ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି ଯେ, ମହିଳାଙ୍କ କଙ୍କାଳ ମାଟି ତଳୁ ବାହାର କରି ବ୍ୟାଙ୍କରେ ପ୍ରମାଣ ଦେବା ଏହା କିଭଳି ମହିଳା ସଶକ୍ତିକରଣ ? ଡବଲ ଇଂଜିନ ସରକାରରେ ବ୍ୟାଙ୍କ କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଛି । ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଏଭଳି ଘଟଣା ଘଟିଛି । ସାରା ବିଶ୍ୱରେ ନିନ୍ଦିତ ହେବାକୁ ପଡିଛି।

ଅଧିକ ପଢନ୍ତୁ