ରାଜଧାନୀରେ ପୁଣି ଲଭ୍-ସେକ୍ସ-ଧୋକ୍କା। ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୋଲିସ ଜଣେ ଯୁବ ନେତାଙ୍କୁ ଗିରଫ କରିଛି।ବିଭିନ୍ନ ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ନିଆଳି ଅଞ୍ଚଳର ଶଶିକାନ୍ତ ଲେଙ୍କାଙ୍କୁ ଗିରଫ କରାଯାଇଛି। ଶଶିକାନ୍ତ ଲେଙ୍କା ଓରଫ ଆଲୋକଙ୍କ ବିରୋଧରେ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନାରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ ପୀଡିତା। ବମୀଖାଲ ଅଞ୍ଚଳରେ ଥିବା ହୋଟେଲରେ ଜୋରଜବରଦସ୍ତ ଦୁଷ୍କର୍ମ ନେଇ ଥାନାରେ ଏତଲା ଦେଇଥିଲେ ପୀଡିତାଜଣକ । ପୀଡିତାଙ୍କ ଡାକ୍ତରୀମାଇନା ପରେ ପୋଲିସ ଚଳାଇଥିଲା ପୁଙ୍ଖାନୁପୁଙ୍ଖ ତଦନ୍ତ । ଆଜି ଅଭିଯୁକ୍ତ ଜଣଙ୍କୁ ଗିରଫ କରାଯାଇଛି ।ଚାଲାଣ ପରେ ପୋଲିସ ପୀଡିତା ମହିଳାଙ୍କର ୧୬୪ରେ କୋର୍ଟରେ ବୟାନ ରେକର୍ଡ କରିବ ବୋଲି ସୂଚନା ମିଳିଛି। ତଦନ୍ତ ଜାରି ରହିଥିବା ପୋଲିସ ସୂଚନା ଦେଇଛି।
