ବରଗଡରେ ଦୁଷ୍କର୍ମ ପରେ ନାବାଳିକାକୁ ହତ୍ୟା ସନ୍ଦେହ

ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ବୁର୍ଲା ନିକଟ ହୀରାକୁଦ ଜଳଭଣ୍ଡାର ଫିସରି ପଏଣ୍ଟ ଜଙ୍ଗଲରୁ ଜଣେ ନାବାଳିକାଙ୍କ କ୍ଷତବିକ୍ଷତ ଗଳିତ ମୃତଦେହ ଉଦ୍ଧାର କରିଛି ପୋଲିସ । । ନାବାଳିକା ଫେରାର ହୋଇଯିବା ନେଇ ଟାଉନ ଥାନାରେ ଗତ ୨୦ ତାରିଖରେ ପରିବାର ଲୋକେ ଅଭିଯୋଗ କରିଥିଲେ । ହେଲେ ଗତକାଲି ୨୩ ତାରିଖ ରବିବାର ଦିନ ନାବାଳିକାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ।

ନାବାଳିକା ଜଣକୁ କଟୁରୀରେ ହାଣି ହତ୍ୟା କରାଯାଇଛି । ବରଗଡ଼ ନଦୀପଠାରୁ ଯାଇଥିବା ନାବାଳିକାଙ୍କ ମୃତଦେହ ହୀରାକୁଦ ଜଙ୍ଗଲରୁ ଉଦ୍ଧାର କରାଯାଇଛି । ତେବେ ପୋଲିସ୍ ମାମଲା ରୁଜୁ କରି ତଦନ୍ତ କରୁଥିଲା। ନାବାଳିକା ଜଣକ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ପଳାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା। ଏହାପରେ ପୁରୁଷ ବନ୍ଧୁଙ୍କୁ ଧରି ନାବାଳିକାଙ୍କ ସମ୍ପର୍କରେ ପଚରାଉଚରା କରିବା ପରେ ସେ ହତ୍ୟା କରିଥିବା ସ୍ୱୀକାର କରିଥିଲା। ନାବାଳିକାଙ୍କ ହତ୍ୟାରେ ଅନ୍ୟ ଜଣେ ଯୁବକଙ୍କ ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଛି। ଘଟଣାସ୍ଥଳରେ ତଦନ୍ତ ସହ ସାଇଣ୍ଟିଫିକ୍ ଟିମ୍ ନମୁନା ସଂଗ୍ରହ କରାଯାଇଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ଘଟଣା ନେଇ ପୋଲିସ ପକ୍ଷରୁ ଅଧିକ ଛାନଭିନ୍ ଜାରି ରହିଛି ।

ଅଧିକ ପଢନ୍ତୁ

Odisha Darpan Digital