ରାୟଗଡା ଜିଲ୍ଲାର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ (EMRS)ର ପ୍ରଧାନଶିକ୍ଷକଙ୍କୁ ଶନିବାର ଦିନ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ସହ ଅସଦାଚରଣ ଅଭିଯୋଗରେ ଗିରଫ କରାଯାଇଛି। ଶିକ୍ଷକ ସନ୍ତୋଷ ପାତ୍ର ନବମ ଶ୍ରେଣୀ ଛାତ୍ରୀଙ୍କୁ ବାରମ୍ବାର ଟଙ୍କା ଓ ମୋବାଇଲ୍ ଫୋନର ପ୍ରଲୋଭନ ଦେଖାଉଥିଲେ।ଛାତ୍ରୀ ଜଣକ ଏଥିରେ ରାଜି ନହେବାରୁ ତାଙ୍କ ସହ ଅସଦାଚରଣ କରିଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ପୋଲିସ ମାମଲା ରୁଜୁ କରିବା ସହ ପ୍ରିନ୍ସିପାଲ ସନ୍ତୋଷ ପାତ୍ରଙ୍କୁ ଗିରଫ କରିଛି। ଅନ୍ୟପଟେ ଏହି ଘଟଣାକୁ ଦୁର୍ଭାଗ୍ୟଜନକ କହିଛନ୍ତି ରାୟଗଡ଼ା ଜିଲ୍ଲାପାଳ। ପୋଲିସ ତ୍ୱରିତ ପଦକ୍ଷେପ ନେଇଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ପଦକ୍ଷେପ ଆରମ୍ଭ ହୋଇଛି। ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଥିବା କହିଛନ୍ତି ଜିଲ୍ଲାପାଳ।
