‘Delimitation Bill ଗଣତନ୍ତ୍ର ପାଇଁ ଏକ ବିପଦ,’ କଂଗ୍ରେସ ସଭାପତି ଖାର୍ଗେ

’ଡିଲିମିଟେସନ ବିଲ’ (ସୀମା ନିର୍ଦ୍ଧାରଣ ବିଲ) କୁ ନେଇ ସୃଷ୍ଟି ହୋଇଥିବା ଉତ୍ତେଜନା ମଧ୍ୟରେ, ଶନିବାର ‘ଇଣ୍ଡିଆ’ (INDIA) ମେଣ୍ଟ ଏକ ବୈଠକ ଆୟୋଜନ କରିଥିଲା। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି ଯେ, ସରକାର ସୀମା ନିର୍ଦ୍ଧାରଣ (ଡିଲିମିଟେସନ) ଆଳରେ କ୍ଷମତାକୁ ନିଜ ହାତରେ କେନ୍ଦ୍ରୀଭୂତ କରିବାକୁ ଚାହୁଁଛନ୍ତି। ସେ ଦୃଢ଼ତାର ସହ କହିଛନ୍ତି ଯେ, ଏଥିରେ ଅନୁସୂଚିତ ଜାତି ଓ ଜନଜାତି (SC/ST) ସମ୍ପ୍ରଦାୟର ସ୍ବାର୍ଥକୁ ଅଣଦେଖା କରାଯାଉଛି ଏବଂ ସେମାନଙ୍କ ପ୍ରତି ଅନ୍ୟାୟ କରାଯାଉଛି।ନିର୍ବାଚନ କମିଶନଯିଏ ପୂର୍ବରୁ ଭୋଟର ତାଲିକାରୁ ୧୦ କୋଟିରୁ ଅଧିକ ଲୋକଙ୍କ ନାମ ହଟାଇବାକୁ ନେଇ ସମାଲୋଚନାର ଶିକାର ହୋଇସାରିଛିତାହାକୁ ବର୍ତ୍ତମାନ ସୀମା ନିର୍ଦ୍ଧାରଣର ଦାୟିତ୍ୱ ଦିଆଯାଉଛି; ଯାହା ଆମ ପାଇଁ ଗ୍ରହଣଯୋଗ୍ୟ ନୁହେଁ। କଂଗ୍ରେସ ସଭାପତି ଖାର୍ଗେ କହିଛନ୍ତି ଯେ, ନିର୍ବାଚନ କମିଶନର ଜ୍ଞାନେଶ କୁମାର ବର୍ତ୍ତମାନ ସନ୍ଦେହ ଘେରରେ ଅଛନ୍ତି ଏବଂ ଯଦି ସମଗ୍ର ପ୍ରକ୍ରିୟା ତାଙ୍କ ନେତୃତ୍ୱରେ ପରିଚାଳିତ ହୁଏ, ତେବେ ଏହା କେବଳ ଅଧିକ ଅନିୟମିତତାକୁ ହିଁ ଜନ୍ମ ଦେବ। କଂଗ୍ରେସ ବିଲ୍‌କୁ ଜୋରଦାର ବିରୋଧ କରୁଥିବା ବେଳେ ଏହାର ଦୁଇ ପ୍ରମୁଖ ସହଯୋଗୀ ଡିଏମ୍‌କେ ଓ ଶରଦ ପାୱାରଙ୍କ ଏନ୍‌ସିପି (ଏସ୍‌ପି) ସଂଶୋଧିତ ପ୍ରସ୍ତାବକୁ ସମର୍ଥନ ଜଣାଇଛନ୍ତି । ତାହା ପୁଣି କିଛି ସର୍ତ୍ତ ସହ । ଫଳରେ ବିଲ୍‌କୁ ନେଇ ବିରୋଧୀ ଏକତାର ଚିତ୍ର ବଦଳିବା ସହ ସଂସଦରେ ସଂଖ୍ୟା ଗଣିତ ମଧ୍ୟ ନୂଆ ମୋଡ଼ ନେଇଛି ।ମହାରାଷ୍ଟ୍ରରେ କଂଗ୍ରେସର ସହଯୋଗୀ ମହାବିକାଶ ଅଘାଡ଼ିର ଅଂଶ ଏନ୍‌ସିପି (ଶରଦଚନ୍ଦ୍ର ପାୱାର) ନଭେମ୍ବର ୨୭ରେ ସଂଶୋଧିତ ଡିଲିମିଟେସନ୍‌ ପ୍ରସ୍ତାବକୁ ସମର୍ଥନ ଜଣାଇବା କଥା ଘୋଷଣା କରିଛି । ଶନିବାର ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରେ ବୈଠକ ପରେ INDIA ମେଣ୍ଟ ତିନୋଟି ଦାବି ରଖିଛି । ଲୋକସଭାର ବର୍ତ୍ତମାନ ସଦସ୍ୟ ସଂଖ୍ୟା ଅପରିବର୍ତ୍ତିତ ରହୁ, ସେହି ଆସନ ମଧ୍ୟରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦିଆଯାଉ ଏବଂ ଆସନ୍ତା ୨୫ ବର୍ଷ ଯାଏଁ ଲୋକସଭାରେ ରାଜ୍ୟଗୁଡ଼ିକର ଆସନ ଅନୁପାତ ଅପରିବର୍ତ୍ତିତ ରହୁ । ବୈଠକରେ କଂଗ୍ରେସ ସହ ଟିଏମ୍‌ସି, ଆର୍‌ଜେଡି, ସିପିଆଇ, ଆଇୟୁଏମ୍‌ଏଲ୍‌, ଆର୍‌ଏସ୍‌ପି ଓ ଅନ୍ୟ ଦଳର ନେତା ଯୋଗ ଦେଇଥିଲେ । ଡିଏମ୍‌କେ, ଆପ୍‌ ଓ ବିଜେଡିକୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ସେମାନେ ବୈଠକରେ ଯୋଗ ଦେଇନଥିଲେ ।

ଅଧିକ ପଢନ୍ତୁ