ଥାନା ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ

ଆଇଆଇସିଙ୍କୁ ମରଣାନ୍ତକ ଆକ୍ରମଣ । ତଦନ୍ତ କରିବାକୁ ଯାଇଥିବା ପୋଲିସ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ । ଗଡ଼ିଶାଗୋଦା ଥାନା ଅଧିକାରୀ ଦିଲ୍ଲୀପ ଧଳଙ୍କ ଉପରେ ଆକ୍ରମଣ ହୋଇଥିବା ଜଣାପଡିଛି। ପୁରୀ ଜିଲ୍ଲା କଣାସ ବ୍ଲକ ବଡ଼ଓରା ଗ୍ରାମରେ ଘଟିଛି ଘଟଣା।ଚିକିତ୍ସା ପାଇଁ କଣାସ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଗଡ଼ିସାଗୋଦା ଥାନା IIC ଦିଲୀପ ଧଳ ଏକ ଘଟଣାର ତଦନ୍ତ ପାଇଁ ବଡ଼ଓରା ଗାଁକୁ ଯାଇଥିଲେ। ତେବେ ସେଠାରେ ଥିବା ସମୟରେ ତାଙ୍କ ଉପରେ ହଠାତ୍ ଆକ୍ରମଣ ହୋଇଥିଲା। ଆକ୍ରମଣରେ IIC ଦିଲୀପ ଧଳଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।ଘଟଣା ପରେ ତାଙ୍କୁ ତୁରନ୍ତ କଣାସ ମେଡିକାଲକୁ ନିଆଯାଇ ଭର୍ତ୍ତି କରାଯାଇଛି। ତେବେ କେଉଁ କାରଣରୁ ଏବଂ କେଉଁ ପରିସ୍ଥିତିରେ ତାଙ୍କ ଉପରେ ଏଭଳି ଆକ୍ରମଣ ହେଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।

ଅଧିକ ପଢନ୍ତୁ