ଭିଜିଲାନ୍ସ ଜାଲରେ ବୀରମିତ୍ରପୁର ପୌରପାଳିକା କର୍ମଚାରୀ

ଓଡ଼ିଶା ଭିଜିଲାନ୍ସ ବୀରମିତ୍ରପୁର ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟର ଇନ୍‌ଫ୍ରାଷ୍ଟ୍ରକ୍ଚର ଏକ୍ସପର୍ଟ ବୈବସତ ମନୁ ରାଉତଙ୍କୁ ପିଏମଏଓ୍ବାଇ-ଅର୍ବାନ ଯୋଜନାରେ ହିତାଧିକାରୀଙ୍କଠାରୁ ୩୦,୦୦୦ ଟଙ୍କା ଲାଞ୍ଚ ମାଗି ନେଉଥିବା ବେଳେ ଧରିଛି।ସୂଚନାନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ବୀରମିତ୍ରପୁର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟରେ ‘ଇନ୍‌ଫ୍ରାଷ୍ଟ୍ରକଚର୍ ଏକ୍ସପର୍ଟ’ ଭାବେ କାର୍ଯ୍ୟରତ ବୈବସ୍ୱତ ମନୁ ରାଉତ ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଛନ୍ତି । PMAY-Urban ଯୋଜନା ଅଧୀନରେ ଘର ନିର୍ମାଣ ପାଇଁ ମଞ୍ଜୁର ହୋଇଥିବା ମୋଟ ଅଢେଇ ଲକ୍ଷ ଟଙ୍କାରୁ ବାକି ଥିବା ୧,୩୦,୦୦୦ ଟଙ୍କା ପ୍ରଦାନ କରାଇଦେବା ପାଇଁ ସେ ଜଣେ ହିତାଧିକାରୀଙ୍କ ଠାରୁ ୩୦,୦୦୦ ଟଙ୍କା ଲାଞ୍ଚ ନେଉଥିଲେ । ହିତାଧିକାରୀ ଜଣଙ୍କ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ, ଅଭିଯୁକ୍ତ ବାକି ଟଙ୍କା ମଞ୍ଜୁର କରୁନଥିଲେ । ଏହା ବଦଳରେ, ସେ ୩୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ । ଅଭିଯୋଗକାରୀ ଜଣେ ଗରିବ ଆଦିବାସୀ ହିତାଧିକାରୀ। ସେ ଲାଞ୍ଚ ଦେବାରେ ଅସମର୍ଥ ବୋଲି କହିବା ସତ୍ତ୍ୱେ ରାଉତ ଲାଞ୍ଚ ନେବା ପାଇଁ ଜିଦ ଧରିଥିଲେ। ଶେଷରେ ହଇରାଣ ହୋଇ ଅଭିଯୋଗକାରୀ ଭିଜିଲାନ୍ସକୁ ଜଣାଇଥିଲେ।

ଏହାପରେ ଶନିବାର ଓଡ଼ିଶା ଭିଜିଲାନ୍ସ ଟିମ ରାଉତଙ୍କୁ ଅଭିଯୋଗକାରୀଙ୍କଠାରୁ ୩୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି। ତାଙ୍କ ନିକଟରୁ ପୂରା ଲାଞ୍ଚ ଟଙ୍କା ଜବତ କରାଯାଇଛି।

ଅଧିକ ପଢନ୍ତୁ