ବିଧାନସଭାରେ ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ୍,ସରକାରଙ୍କୁ ଘେରିବ ବିରୋଧୀ

ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ରାଜ୍ୟ ସରକାର ୨.୯୦ ଲକ୍ଷ କୋଟି ଟଙ୍କାର ବଜେଟ ବିଧାନସଭାରେ ଉପସ୍ଥାପନ କରିଛନ୍ତି। କିଛି ବିଭାଗର ଖର୍ଚ୍ଚଦାବି ଗୃହରେ ଆଲୋଚନା ପରେ ପାରିତ କରାଯାଇ ଥିବାବେଳେ ଶୁକ୍ରବାର ୨୨ଟି ବିଭାଗର ଖର୍ଚ୍ଚଦାବି ଗିଲୋଟିନ ଜରିଆରେ ପାରିତ ହୋଇଛି। ଆଜି ଗୃହରେ ବ୍ୟୟ ମଞ୍ଜୁରୀ ବିଧେୟକ ଆଗତ କରାଯାଇ ଏହା ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଗୃହରେ ବ୍ୟୟ ମଞ୍ଜୁରୀ ବିଲ ପାରିତ ପୂର୍ବରୁ ମୁଖ୍ୟ ବିରୋଧୀ ବିଜେଡ଼ି ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଛି।

ବିପର୍ଯ୍ୟସ୍ତ ଆଇନ ଶୁଙ୍ଖଳା ପରିସ୍ଥିତି, ବିଧାନସଭାରେ ଶାସକ ଦଳର ଏକଛତ୍ରବାଦ ନୀତି, ବଜେଟ ଅର୍ଥ ଖର୍ଚ୍ଚ ନହେବା, SC/ST OBC ପାଇଁ ସଂରକ୍ଷଣ , ସୁଭ୍ରଦା ଯୋଜନାରେ ସରକାର ରାଜ୍ୟର ମାଆମାନଙ୍କୁ ପ୍ରତାରଣା ଦେଇଥିବା କଥା ଉଠାଇବା ସହ ମହିଳାମାନେ ଅସୁରକ୍ଷିତ ପ୍ରସଙ୍ଗ ବି ଉଠାଇବ ବିଜେଡି l ଏହାସହ ନିର୍ବାଚନରେ ଦେଇଥିବା ପ୍ରତିଶ୍ରୃତିକୁ ପାଳନ କରିବାକୁ ଦଳ ଦାବି କରିବ।

ଅଧିକ ପଢନ୍ତୁ

Odisha Darpan Digital