ଭାରତୀୟ ରେଳବାଇରେ ସଂସ୍କାର ଏବଂ ଯାତ୍ରୀମାନଙ୍କ ସୁରକ୍ଷାକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । କୋର୍ଟ ରେଳବାଇର ଦସ୍ତାବିଜରେ ବ୍ୟବହାର କରାଯାଉଥିବା ‘ସେକେଣ୍ଡ କ୍ଲାସ୍ ପ୍ୟାସେଞ୍ଜର’ ଅର୍ଥାତ ଦ୍ଵିତୀୟ ଶ୍ରେଣୀ ଯାତ୍ରୀ ଶବ୍ଦ ଉପରେ କଡ଼ା ଆପତ୍ତି ପ୍ରକାଶ କରିଛନ୍ତି ।ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି ଯେ, ଭାରତର ଇତିହାସରେ ବର୍ଗ ବିଭାଜନର ପୃଷ୍ଠଭୂମିକୁ ଦୃଷ୍ଟିରେ ରଖି କୌଣସି ବ୍ୟକ୍ତିଙ୍କୁ ଏହିପରି ସମ୍ବୋଧନ କରିବା ସମ୍ବିଧାନର ମୂଳ ଭାବନା ବିରୋଧୀ। ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ଯେ ଯାତ୍ରୀଙ୍କ ଶ୍ରେଣୀ (Class) ସେ କରିଥିବା ଖର୍ଚ୍ଚରୁ ନୁହେଁ, ବରଂ ସେ ସଫର କରୁଥିବା କୋଚ୍ରୁ ସ୍ଥିର ହେବା ଉଚିତ। ତେଣୁ ଭବିଷ୍ୟତରେ ଶ୍ରେଣୀର ଉଲ୍ଲେଖ ଯାତ୍ରୀଙ୍କ ବଦଳରେ କେବଳ କୋଚ୍ କିମ୍ବା ଡବାର ସନ୍ଦର୍ଭରେ କରାଯିବା ଉଚିତ।
