ଭାରତର ନୂଆ ଏୟାର ଡିଫେନ୍ସ ସିଷ୍ଟମ୍‌ର ସଫଳ ପରୀକ୍ଷଣ

ବୁଧବାର ଭାରତ ଏକ ନୂଆ ଏୟାର ଡିଫେନ୍ସ ସିଷ୍ଟମର ସଫଳ ପରୀକ୍ଷଣ କରିଛି । ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ଭାରତ ଏହି ବାୟୁ ପ୍ରତିରକ୍ଷା ପ୍ରଣାଳୀ ବିକଶିତ କରିଛି । ଏହାକୁ ଡିଆରଡିଓ ଦ୍ୱାରା ପ୍ରସ୍ତୁତ କରାଯାଇଛି । ‘ଆକାଶ ପ୍ରାଇମ୍’ ନାମକ ଏହି ଏୟାର ଡିଫେନ୍ସ ସିଷ୍ଟମକୁ ଲଦାଖ ସେକ୍ଟରରେ ୧୫ ହଜାର ଫୁଟ ଉଚ୍ଚତାରେ ସଫଳ ପରୀକ୍ଷଣ କରାଯାଇଛି । ଏନେଇ ପ୍ରତିରକ୍ଷା ଅଧିକାରୀମାନେ କହିଛନ୍ତି ଯେ ଏୟାର ଡିଫେନ୍ସ ସିଷ୍ଟମରେ ଲାଗିଥିବା କ୍ଷେପଣାସ୍ତ୍ରଗୁଡ଼ିକ ଆକାଶରେ ଦ୍ରୁତ ଗତିଶୀଳ ଅବଜେକ୍ଟ ଉପରେ ଦୁଇଟି ସଠିକ ଟାର୍ଗେଟ୍ କରିଥିଲା। ଫଳରେ ବିକଟ ପରିସ୍ଥିତିରେ ଏହି ଡିଫେନ୍ସ ସିଷ୍ଟମ କେତେ ପ୍ରଭାବଶାଳୀ ହୋଇପାରିବ ତାହା ଜଣାପଡ଼ିଥିଲା। ସୂଚନା ଥାଉକି ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ ଏହାକୁ ନିର୍ମାଣ କରିଛି। ଆକାଶ ପ୍ରାଇମ ସିଷ୍ଟମ୍‌ ପାଇଁ ଭାରତୀୟ ସେନାରେ ଆକାଶ ଏୟାର ଡିଫେନ୍ସ ସିଷ୍ଟମର ତୃତୀୟ ଓ ଚତୁର୍ଥ ରେଜିମେଣ୍ଟ ଗଠନ ହେବ । ଅପରେସନ ସିନ୍ଦୂର ସମୟରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍‌କୁ ବିଫଳ କରିବାରେ ମଧ୍ୟ ‘ଆକାଶ’ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ବହୁତ ଭଲ ପ୍ରଦର୍ଶନ କରିଥିଲା ।

ଅଧିକ ପଢନ୍ତୁ

Odisha Darpan Digital