ଭାରତ ଉପରେ ୨୬% ରେସିପ୍ରୋକାଲ ଟାରିଫ ଲଗାଇଲା ଆମେରିକା,ଭାରତ ଉପରେ କ’ଣ ପଡିବ ପ୍ରଭାବ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବୁଧବାର ରୋଜ ଗାର୍ଡେନଠାରେ ‘ମେକ୍‌ ଆମେରିକା ୱେଲ୍‌ଦି ଏଗେନ୍‌’ କାର୍ଯ୍ୟକ୍ରମରେ ଭାଷଣ ଦେଇ ନୂଆ ଆମଦାନି ଟାରିଫ୍‌ ଘୋଷଣା କରିଛନ୍ତି । ବିଭିନ୍ନ ଦେଶ ଉପରେ ‘ଯେସାକୁ ତେସା’ ନୀତିରେ ଏହି ଟାରିଫ୍‌ ଘୋଷଣା ହୋଇଛି । ତାଙ୍କ ଘୋଷଣା ଅନୁସାରେ ଭାରତୀୟ ସାମଗ୍ରୀ ଉପରେ ଆମେରିକା ୨୬% ଟାରିଫ୍‌ କଷିବ । ଏହାଛଡ଼ା ଦକ୍ଷିଣ କୋରିଆ ଉପରେ ୨୫%, ଜାପାନ ଉପରେ ୨୪%, ତାଇୱାନ ଉପରେ ୩୨% ଶୁଳ୍କ ଲାଗୁ କରାଯାଇଛି । ଟ୍ରମ୍ପ ଏହି ପଦକ୍ଷେପକୁ “ଆର୍ଥିକ ସ୍ବାଧୀନତାର ଘୋଷଣା” ବୋଲି ଅଭିହିତ କରିଛନ୍ତି। ସେ କହିଛନ୍ତି ଯେ ଏହା ଆମେରିକୀୟ ଅର୍ଥନୀତିକୁ ସୁରକ୍ଷା ଦେବା ଏବଂ ଦେଶୀୟ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ପାଇଁ ଆବଶ୍ୟକ।

ଏହି ଟାରିଫ ସମସ୍ତ ଆମଦାନୀ ଉପରେ ୧୦% ମୂଳ ହାରରୁ ଆରମ୍ଭ ହୋଇଛି, କିନ୍ତୁ କିଛି ଦେଶ ପାଇଁ ଏହା ଅଧିକ ର୍ନିଦ୍ଧାରିତ ହୋଇଛି। କାନାଡା ଓ ମେକ୍ସିକୋ ଏହି ଟାରିଫରୁ ମୁକ୍ତ ରହିଛନ୍ତି। ଏହି ଘୋଷଣା ପରେ ବିଶ୍ୱ ବଜାରରେ ଅସ୍ଥିରତା ଦେଖାଦେଇଛି।ବିଶେଷଜ୍ଞମାନେ କହୁଛନ୍ତି ଯେ ଏହି ଟାରିଫ ଭାରତର ରପ୍ତାନି ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ଭାରତ ପ୍ରତିବର୍ଷ ଆମେରିକାକୁ ପ୍ରାୟ ୭୪ ବିଲିୟନ ଡଲାରର ସାମଗ୍ରୀ ରପ୍ତାନି କରେ, ଯେଉଁଥିରେ ରତ୍ନ ଓ ଆଭୂଷଣ (୮.୫ ବିଲିୟନ ଡଲାର), ଔଷଧ (୮ ବିଲିୟନ ଡଲାର), ଏବଂ ପେଟ୍ରୋକେମିକାଲ୍ସ (୪ ବିଲିୟନ ଡଲାର) ଅନ୍ତର୍ଭୁକ୍ତ। ଏହି ଶୁଳ୍କ ଯୋଗୁଁ ଭାରତର ରପ୍ତାନି ୨ରୁ ୭ ବିଲିୟନ ଡଲାର ପର୍ଯ୍ୟନ୍ତ କମିପାରେ ବୋଲି ଅନୁମାନ କରାଯାଉଛି।ଟେକ୍ସଟାଇଲ, ରାସାୟନିକ, ଅଟୋମୋବାଇଲ, ଏବଂ ଫାର୍ମାସ୍ୟୁଟିକାଲ୍ସ ଭଳି କ୍ଷେତ୍ର ଏହାଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇପାରେ।

ଅଧିକ ପଢନ୍ତୁ

kc ads