ଗ୍ୟାସ୍ ସିଲିଣ୍ଡର ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏଲପିଜି ଗ୍ୟାସ୍ ସଂଯୋଗରେ e-KYC କରିବାର ସମୟସୀମା ଶେଷ ହୋଇସାରିଛି। ତେଲ କମ୍ପାନୀ ଏବଂ ପେଟ୍ରୋଲିୟମ ମନ୍ତ୍ରାଳୟ ପକ୍ଷରୁ LPG ଉପଭୋକ୍ତାମାନଙ୍କ ପାଇଁ e-KYC କରିବାର ଶେଷ ତାରିଖ ୩୧ ଅଗଷ୍ଟ ସ୍ଥିର କରାଯାଇଛି। ଯଦି ଆପଣ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଏହି କାମ ପୂରଣ ନକରନ୍ତି, ତେବେ ଆପଣଙ୍କ ଗ୍ୟାସ କନେକ୍ସନର ସେବା ପ୍ରଭାବିତ ହୋଇପାରେ ଏବଂ ନୂଆ ସିଲିଣ୍ଡର ବୁକିଂ ବନ୍ଦ ହୋଇପାରେ।ସରକାର ଏବଂ ତେଲ କମ୍ପାନୀଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନକଲି ଏବଂ ଅକାମୀ ଗ୍ୟାସ କନେକ୍ସନ ଉପରେ ରୋକ ଲଗାଇବା। ଅନେକ ମାମଲାରେ ଦେଖାଯାଇଛି ଯେ ଗୋଟିଏ ନାମରେ ଏକାଧିକ କନେକ୍ସନ ଚାଲିଛି କିମ୍ୱା ହିତାଧିକାରୀଙ୍କ ମୃତ୍ୟୁ ପରେ ବି କନେକ୍ସନ ସକ୍ରିୟ (ଆକ୍ଟିଭ) ରହିଛି। e-KYC ମାଧ୍ୟମରେ ପ୍ରକୃତ ଉପଭୋକ୍ତାଙ୍କ ପରିଚୟ ସୁନିଶ୍ଚିତ କରାଯାଉଛି, ଯାହାଦ୍ୱାରା ସରକାରଙ୍କ ଦ୍ୱାରା ଦିଆଯାଉଥିବା ସବ୍ସିଡିର ଲାଭ ସିଧାସଳଖ ସଠିକ ବ୍ୟକ୍ତିଙ୍କ ପାଖରେ ପହଞ୍ଚିପାରିବ।ସବୁଠାରୁ ଆଶ୍ବସ୍ତିକର କଥା ହେଉଛି, ସମୟସୀମା ଶେଷ ହେବା ମାତ୍ରେ ଆପଣଙ୍କ ଘରର ଗ୍ୟାସ୍ କନେକ୍ସନ୍ ତୁରନ୍ତ କାଟି ଦିଆଯିବ ନାହିଁ। ଏନେଇ ସରକାର କିମ୍ବା ଗ୍ୟାସ୍ କମ୍ପାନି ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ। ତେବେ e-KYC ନକଲେ ଭବିଷ୍ୟତରେ ଆପଣଙ୍କ ଆକାଉଣ୍ଟକୁ ଆସୁଥିବା ସବସିଡି ଅଟକି ଯିବାର ଆଶଙ୍କା ରହିଛି। ଗ୍ୟାସ୍ ସଂଯୋଗକୁ ସକ୍ରିୟ ରଖିବା ଏବଂ ସରକାରୀ ସୁବିଧା ପାଇବା ପାଇଁ ଏହି ଯାଞ୍ଚ ପ୍ରକ୍ରିୟା ପୂରଣ କରିବା ଅତ୍ୟନ୍ତ ଜରୁରୀ।
