ଭିଜିଲାନ୍ସ ଜାଲରେ କୁତ୍ରା ତହସିଲର ଅମିନ

ଓଡିଶା ଭିଜିଲାନ୍ସ ଅଧିକାରୀମାନେ ବୁଧବାର ଦିନ ସୁନ୍ଦରଗଡ଼ର କୁତ୍ରା ତହସିଲର ଅମିନଙ୍କୁ ୬୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛନ୍ତି।ଜମି ପଟ୍ଟା କରାଇ ଦେବାକୁ ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି ।

ତେବେ ପଟ୍ଟା କରାଇ ଦେବାକୁ ଅମିନ ଜଣକ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ହେଲେ ଏତେ ଟଙ୍କା ଦେଇ ପାରିବେନି ବୋଲି ଅଭିଯୋଗକାରୀ କହିଥିଲେ । ପରେ ୬ ହଜାର ଟଙ୍କାରେ କଥା ଫାଇନାଲ ହୋଇଥିଲା । ବୁଧବାର ଲାଞ୍ଚ ନେବା ବେଳେ ଅମିନଙ୍କୁ ଧରିଥିଲା ଭିଜିଲାନ୍ସ ବିଭାଗ । ଅପରପକ୍ଷରେ ତାଙ୍କ ପାଖରେ ଆୟ ବହିର୍ଭୁତ ସମ୍ପତ୍ତି ଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଦୁଇଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଛି।

ଅଧିକ ପଢନ୍ତୁ

kc ads