ଭିଜିଲାନ୍ସ ଜାଲରେ ସମବାୟ ଅଧିକାରୀ । ୩୩ ଲକ୍ଷ ୮୦ ହଜାର ଟଙ୍କା ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ସମବାୟ ଅଧିକାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ଅନୁଗୁଳ ୟୁନାଇଟେଡ୍ ସେଣ୍ଟ୍ରାଲ୍ କୋ-ଅପରେଟିଭ୍ ବ୍ୟାଙ୍କ (AUCCB) ମୁଖ୍ୟାଳୟରେ ବ୍ୟାଙ୍କିଂ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟରତ ଥିଲେ ।ତଦନ୍ତରୁ ଜଣାପଡ଼ିଛି ଯେ ୨୦୧୭-୧୮ ଆର୍ଥିକ ବର୍ଷରେ ଗଡ଼ସନ୍ତ୍ରୀ ସର୍ଭିସ୍ କୋ-ଅପରେଟିଭ୍ ସୋସାଇଟିର କାର୍ଯ୍ୟନିର୍ବାହୀ ସଚିବ ଭାବେ କାମ କରୁଥିବା ପତିତପାବନ ଦୈନିକ ଆଦାୟ ହେଉଥିବା ଅର୍ଥ ଓ ସରକାରୀ ଜମା ରାଶି ପରିଚାଳନାର ଦାୟିତ୍ୱରେ ଥିଲେ। ଡେ-ବୁକ୍ ରେ ଜାଲିଆତିପୂର୍ଣ୍ଣ ଓ ମିଥ୍ୟା ଏଣ୍ଟ୍ରି କରି ୩୩ ଲକ୍ଷ ୮୦ ହଜାର ୯୬୩ ଟଙ୍କା ଆତ୍ମସାତ କରିଥିଲେ।କୃଷି ଓ ସମବାୟ ଉନ୍ନୟନ ଯୋଜନା ପାଇଁ ଉଦ୍ଦିଷ୍ଟ ଏହି ଅର୍ଥକୁ ବ୍ୟକ୍ତିଗତ ବ୍ୟବହାର ପାଇଁ ହଡ଼ପ କରାଯାଇଥିବା ଭିଜିଲାନ୍ସରେ ଅଭିଯୋଗ କରିଛି। ଘଟଣାରେ କଟକ ଭିଜିଲାନ୍ସ ଥାନାରେ ଗତକାଲି ମାମଲା ରୁଜୁ ହୋଇଛି।ଅଭିଯୁକ୍ତଙ୍କୁ ଅନୁଗୁଳ ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ ଅଦାଲତରେ ହାଜର କରାଯାଇଛି।
