ବାରିପଦା ଟାଉନ୍ଠାରୁ ୭ କିମି ଦୂର ମଞ୍ଚାବନ୍ଧା ଶାଳ ଜଙ୍ଗଲରେ ଏପରି ଏକ କଳା ବାଘ ସଫାରୀ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଯେଉଁଠି କଳାବାଘକୁ ପାଖରୁ ଦେଖିବାର ସୁଯୋଗ ପାଇବେ ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକ। ବର୍ଷା ଋତୁ ପରେ କଳାବାଘ ସଫାରୀ କାମ ଆରମ୍ଭ ହେବ ବୋଲି ଜଣାପଡ଼ିଛି।ପ୍ରାୟ ପଚାଶ ଏକର ଜମିରେ ବାଘ ପାଇଁ ସ୍ଵତନ୍ତ୍ର ଏନ୍କ୍ଲୋଜର ହେବ। ଆଉ ପଚାଶ ଏକର ଜମିରେ ବନ୍ୟପ୍ରାଣୀ ଚିକିତ୍ସାଳୟ ନିର୍ମାଣ କରାଯିବ। ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତି ସରିଛି। ବର୍ଷା ଋତୁ ଚାଲିଥିବାରୁ କାମ ଆଗେଇ ପାରୁନି। ଖୁବ୍ଶୀଘ୍ର ଏହି ବାଘ ସଫାରୀର କାମ ଶେଷ ହେବ ଓ ପର୍ଯ୍ୟଟକଙ୍କ ପାଇଁ ଖୋଲିବ। ଉତ୍ତର ଓଡ଼ିଶାରେ ଏହି ବାଘ ସଫାରୀ ସମଗ୍ର ଦେଶରେ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବ। କେବଳ ବାରିପଦା ସହର ନୁହେଁ, ଝାରଖଣ୍ଡ ଓ ପଶ୍ଚିମବଙ୍ଗର ପର୍ଯ୍ୟଟକମାନେ ଅତି ପାଖରୁ କାଳବାଘକୁ ଦେଖିବାର ସୁଯୋଗ ପାଇବ। ନନ୍ଦନକାନନରେ ଥିବା କଳାବାଘ ସେଠାକୁ ଯିବ ବୋଲି ଚର୍ଚ୍ଚା ହେଉଛି।