ନୂଆଦିଲ୍ଲୀରେ ୪୫ତମ IITF-୨୦୨୬ରେ ଉଦଘାଟିତ;ମେଳାରେ ଝଲସୁଛି ଓଡ଼ିଶାର ସମୃଦ୍ଧ ଐତିହ୍ୟ

ନୂଆଦିଲ୍ଲୀରେ ୪୫ତମ IITF-୨୦୨୬ରେ ଉଦଘାଟିତ ହେଲା ଓଡ଼ିଶା ପାଭିଲିୟନ୍। ଏହି ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। ଏଥିରେ ଓଡ଼ିଶାର ହସ୍ତତନ୍ତ, ହସ୍ତଶିଳ୍ପ ଓ GI ଟ୍ୟାଗ୍ ଯୁକ୍ତ ଉତ୍ପାଦ ସ୍ଥାନ ପାଇଛି। ପ୍ରଦର୍ଶନରେ ମୁଖ୍ୟ ଆକର୍ଷଣ ସାଜିଛି ପଟ୍ଟଚିତ୍ର, ରୂପା ତାରକସି ଓ ଢୋକ୍ରା କଳା।ରାଜ୍ୟର ବିଭିନ୍ନ ବିଭାଗ, ସଂସ୍ଥା, ସମବାୟ ସମିତି ଏବଂ ଉତ୍ପାଦକ ସଂଗଠନଗୁଡ଼ିକ ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରି ଓଡ଼ିଶାର ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷିତ ରଖିବା ସହିତ ନବସୃଜନ, ଉଦ୍ୟମିତା ଏବଂ ନିରନ୍ତର ବିକାଶ ଆଡ଼କୁ ଅଗ୍ରସର ହେବାର ଯାତ୍ରାକୁ ପ୍ରତିଫଳିତ କରୁଛନ୍ତି । ମିଶନ ଶକ୍ତି ଓ ORMAS ମାଧ୍ୟମରେ ମହିଳା ଓ ଗ୍ରାମୀଣ ଉଦ୍ୟୋଗୀଙ୍କ ଉତ୍ପାଦକୁ ମିଳିଛି ସ୍ୱତନ୍ତ୍ର ସ୍ଥାନ। ଏଥିସହ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି କୃଷିଜାତ ଦ୍ରବ୍ୟ, ମାଣ୍ଡିଆ ଉତ୍ପାଦ ଓ ଓମଫେଡର ସାମଗ୍ରୀ। ରପ୍ତାନି ଓ B2B ପ୍ଲାଟଫର୍ମ ଜରିଆରେ ଓଡ଼ିଶାର ଉତ୍ପାଦକୁ ମିଳିବ ଜାତୀୟ-ଅନ୍ତର୍ଜାତୀୟ ବଜାର ସୁଯୋଗ।

ଅଧିକ ପଢନ୍ତୁ