ଗଞ୍ଜାମ ବନ୍ୟା ପାଇଁ ସୀମିତ ହେବ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ

ଚଳିତ ବର୍ଷ ଐତିହାସିକ କଟକ ବାଲିଯାତ୍ରାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦଘାଟନ କରିବେ । ଏ ନେଇ କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେହିପରି ଦକ୍ଷିଣ ଓଡିଶାରେ ଵନ୍ୟା ବିପର୍ଯ୍ୟୟ ପାଇଁ ଚଳିତ ବର୍ଷ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆଡମ୍ବରକୁ ସୀମିତ ରଖିଵା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି। ପ୍ରଭାବିତ ଲୋକଙ୍କୁ ସମବେଦନା ଜଣାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ସୂଚନାମୁତାବକ ଚଳିତବର୍ଷ ଐତିହାସିକ କଟକ ବାଲିଯାତ୍ରା ଉଦଘାଟନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏନେଇ ରାଷ୍ଟ୍ରପତି ସମ୍ମତି ପ୍ରକାଶ କରିଛନ୍ତି। ତାଙ୍କ ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ବି ଉଦଘାଟନ ଉତ୍ସବରେ ଯୋଗ ଦେବେ ବୋଲି କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ମହାନଦୀ ବୋଟ କ୍ଲବରୁ ଗଡଗଡ଼ିଆ ଘାଟ ଯାଏଁ ଡଙ୍ଗାରେ ଆସିବେ ଅତିଥି । ଏହାପରେ ମଞ୍ଚରେ ରହି ବାଲିଯାତ୍ରାକୁ ଉଦଘାଟନ କରିବେ। ରାଷ୍ଟ୍ରପତିଙ୍କ ସୁରକ୍ଷା ଦୃଷ୍ଟିରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।ଏହା ବ୍ୟତୀତ ଚଳିତ ବର୍ଷ ବାଲିଯାତ୍ରାରେ ମହାନଦୀରେ ଅନ୍ତର୍ଜାତୀୟ ନୌଚାଳନା ପ୍ରତିଯୋଗିତା କରିଵା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଅଧିକ ପଢନ୍ତୁ