ପ୍ରଥମ ଥର ପାଇଁ ଦୀଘା ପ୍ରସଙ୍ଗରେ ମୁହଁ ଖୋଳିଛନ୍ତି ଗଜପତି । ଶ୍ରୀ ମନ୍ଦିର ପରିଚାଳନା କମିଟି ବୈଠକ ପରେ ଗଜପତି ଦୀଘା ଜଗନ୍ନାଥ ଧାମକୁ ନେଇ ରଖିଲେ ପ୍ରତିକ୍ରିୟା ।ଦୀଘା ଜଗନ୍ନାଥ ଧାମ ନାମକରଣ ସଂସ୍କୃତି ବିରୋଧୀ।କୌଣସି ପରିସ୍ଥିତିରେ ଏହାକୁ ଜଗନ୍ନାଥ ଧାମ କୁହାଯାଇପାରିବ ନାହିଁ। ଦୀଘା ଜଗନ୍ନାଥ ମନ୍ଦିର ଏବଂ ଇସ୍କନର ଅଦିନିଆ ରଥଯାତ୍ରା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜା।
ଅନେକ ଜଗନ୍ନାଥ ମନ୍ଦିର ରହିଛି, କୌଣସି ସ୍ଥାନରେ ଏପରି ନାମକରଣ କରାଯାଇନାହିଁ । ବିଶ୍ବରେ କେଉଁଠି ଏମିତି ନାମକରଣ ହୋଇନାହିଁ ।ରାଜ୍ୟ ସରକାର, ପଶ୍ଚିମବଙ୍ଗ ସରକାର ସହ ଆଲୋଚନା କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ଗଜପତି ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସାରିଛନ୍ତି।ଏହି ମନ୍ଦିର ପଶ୍ଚିମବଙ୍ଗ ସରକାର ନିର୍ମାଣ କରିଛନ୍ତି ତେଣୁ କେମିତି ଦୀଘାରୁ ଜଗନ୍ନାଥ ଧାମ ନାମ ହଟିବ ତାହା ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ । ପଶ୍ଚିମବଙ୍ଗ ସରକାର ଟ୍ରଷ୍ଟ୍ ଗଠନ କରିଛନ୍ତି। କୌଣସି ଘରୋଇ ସଂସ୍ଥା ଏହି କାର୍ଯ୍ୟ କରିନାହାଁନ୍ତି ବୋଲି ଗଜପତି ମହାରାଜା କହିଛନ୍ତି ।