ଭାରତ ଓ ପାକିସ୍ତାନ ଉତ୍ତେଜନା ପରିସ୍ଥିତି ମଧ୍ୟରେ ଦେଶବାସୀଙ୍କୁ ଆତଙ୍କିତ ନହେବାକୁ ସବୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଉଛି । ଦେଶରେ ତେଲ ପ୍ରଚୁର ପରିମାଣରେ ମହଜୁଦ ରହିଛି ଲୋକମାନେ ଆତଙ୍କିତ ନହେବାକୁ ଆଇଓସିଏଲ୍ ପକ୍ଷରୁ ପରାମର୍ଶ ଦିଆଯାଇଛି । ଦେଶସାରା ଇଣ୍ଡିଆନ ଅଏଲର ପ୍ରଚୁର ଇନ୍ଧନ ମହଜୁଦ ରହିଛି । ଅନ୍ୟପଟେ ରାସନ୍ ଦୋକାନ ଏବଂ ସପିଂ ମଲରୁ ଲୋକ ଖାଦ୍ୟ ସାମଗ୍ରୀ କିଣିବା ପାଇଁ ଲମ୍ବା ଲାଇନ୍ ଲଗାଉଛନ୍ତି । ଯାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଖାଦ୍ୟ ମନ୍ତ୍ରୀ ଖାଉଟିଙ୍କୁ ଆଶ୍ବସ୍ତି କଲା ପରି ପୋଷ୍ଟ୍ କରିଛନ୍ତି । କେନ୍ଦ୍ର ଖାଦ୍ୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଲୋକମାନଙ୍କୁ ଖାଦ୍ୟ ସାମଗ୍ରୀ ଗଚ୍ଛିତ ନକରିବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ ଦେଶ ପାଖରେ ସମସ୍ତ ଆବଶ୍ୟକୀୟ ସାମଗ୍ରୀର ପର୍ଯ୍ୟାପ୍ତ ଷ୍ଟକ୍ ମହଜୁଦ ଅଛି । ସୋସିଆଲ ମିଡିଆ ‘ଏକ୍ସ’ରେ ଏକ ପୋଷ୍ଟରେ ସେ କହିଛନ୍ତି , ‘ଦେଶର କିଛି ଅଞ୍ଚଳରେ ଗୁଜବ ପ୍ରଚାର ହେଉଛି, ଯେଉଁଥିରେ ପ୍ରଭାବିତ ହୋଇ ଲୋକମାନେ ଜରୁରୀ ଖାଦ୍ୟ ପଦାର୍ଥ ଏବଂ ଦୈନନ୍ଦିନ ଆବଶ୍ୟକତା ଥିବା ଅନେକ ଜିନିଷ ଏକାଠି କରିବାରେ ଲାଗିଛନ୍ତି । ଆମ ପାଖରେ ସବୁ ଖାଦ୍ୟ ପଦାର୍ଥର ପର୍ଯ୍ୟାପ୍ତ ଭଣ୍ଡାର ରହିଛି ।
