ରଣପୁର ଥାନାର ପୂର୍ବତନ ଆଇଆଇସି ରଶ୍ମି ରଂଜନ ଦାସ ଦଣ୍ଡିତ

ଭୁବନେଶ୍ବର, (ଓଡିଶା ଦର୍ପଣ): ଓଡିଶା ମାନବିକ ଅଧିକାର କମିଶନରଙ୍କ କୋର୍ଟରେ ରଣପୁର ଥାନାର ପୂର୍ବତନ ଆଇଆଇସି ରଶ୍ମି ରଂଜନ ଦାସ ଦଣ୍ଡିତ । ୪ମାସ ମଧ୍ଯରେ ୩ ଲକ୍ଷ ଟଙ୍କା କ୍ଷତିପୁରଣ ଦେବାକୁ ଆଇଆଇସିଙ୍କୁ ନିର୍ଦେଶ। ମରଣାନ୍ତକ ଆକ୍ରମଣ କରିଥିବା ଆକ୍ରମଣକାରୀଙ୍କୁ ଲାଞ୍ଚ ନେଇ ଅନୁଗ୍ରହ ଦେଖାଇବା, ୧୭ ଦିନ ଭିତରେ ଚାର୍ଜସିଟ ଦେବା, ୩୦୭ ଦଫା ନଲଗାଇ ଥାନାରୁ ବେଲ ଦେବା ପରି ଘଟଣାରେ କୋର୍ଟ ଭର୍ସନା କରି ଆଇଆଇସିଙ୍କୁ ଦଣ୍ଡିତ କରିଛନ୍ତି।

ସୂଚନା ଯୋଗ୍ୟ, ନୟାଗଡ଼ ଜିଲ୍ଲା ରଣପୁର ଥାନା ଗୋପାଳପୁର ପଞ୍ଚାୟତ ରାମଚନ୍ଦ୍ର ପୁର ଗ୍ରାମରେ ଗତ ୨୦୨୦ ଜୁନ ୫ ତାରିଖରେ ଦିଲ୍ଲୀପ ବାରିକ ଓ ରବୀନ୍ଦ୍ର ବାରିକଙ୍କୁ ସେହି ଗ୍ରାମର କିଛି ଲୋକ କଟୁରି, ଫାର୍ସା ପରି ଧାରୁଆ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଦିଲ୍ଲୀପ ଓ ରବୀନ୍ଦ୍ର ଉଭୟେ ୧୫ ଦିନ ଧରି ଭୁବନେଶ୍ବର ଏକ ହସ୍ପିଟାଲରେ ମରଣ ସହ ଲଢେଇ କରି ଜୀବନ ରକ୍ଷା କରିଥିଲେ। ଏନେଇ ପରିବାର ଲୋକ ରଣପୁର ଥାନାରେ ଲିଖିତ ଅଭିଯୋଗ କରିବାପରେ ତତ୍କାଳୀନ ଆଇ ଆଇ ସି ରଶ୍ମି ରଞ୍ଜନ ଦାସ ଦଫା ୩୪, ୫୦୬, ୩୫୪, ୩୨୩, ୩୨୩ରେ ୨୫୧/୨୦ରେ ମାମଲା ରୁଜୁ କରିଥିଲେ। ତେବେ ୩୦୭ ଦଫା ନ ଲଗାଇ ଆକ୍ରମଣ କାରୀଙ୍କୁ ଥାନାରେ ବେଲ୍ ପ୍ରଦାନ କରିଥିଲେ। ଅନ୍ୟପକ୍ଷେ ୧୭ ଦିନ ଭିତରେ ମାମଲାର ଚାର୍ଜ ସିଡି କରି କୋର୍ଟରେ ଦେଇଥିଲେ । ଆକ୍ରମଣକାରୀଙ୍କ ଠାରୁ ମୋଟା ଟଙ୍କାର ଲାଞ୍ଚ ନେଇ ମାମଲାକୁ ଚପାଇ ଦେବାକୁ ଚେଷ୍ଟା କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଥାନାରୁ ନ୍ୟାୟ ନପାଇବାରୁ ସୁରେନ୍ଦ୍ର ସାମନ୍ତରାୟ ମାନବିକ ଅଧିକାର କମିସନରଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ମାନବାଧିକାର କମିସନର ମାମଲାଟିକୁ ଗୁରୁତ୍ବର ସହ ନେଇ ୨୮୭୭/୨୦୨୦ରେ ମାମଲା ରୁଜୁକରି ବିଚାର ଆରମ୍ଭ କରିଥିଲେ । ମାମଲାର ରାୟ ଚାରିବର୍ଷ ପରେ ଆସିଥିବା ବେଳେ କିଛି ଲାଞ୍ଚ ଟଙ୍କା ପାଇଁ ଥାନା ଆଇଆଇସି ଫସିଯାଇଥିବା ଜଣାପଡ଼ିଛି।

ଅଧିକ ପଢନ୍ତୁ

kc ads