ରାଜଧାନୀରେ ନିଶା ମାଫିଆ ଶେଖ ଜାମସେଦକୁ ଏନକାଉଣ୍ଟର ।

ରାଜଧାନୀରେ ଫୁଟିଲା ଗୁଳି, ନିଶା ମାଫିଆ ଶେଖ ଜାମସେଦକୁ ଏନକାଉଣ୍ଟର । ଗୁରୁତର ଅବସ୍ଥାରେ ଏମ୍ସରେ ଅପରାଧୀକୁ ଭର୍ତ୍ତି କରାଯାଇଛି । ସ୍ପେଶାଲ କ୍ରାଇମ ୟୁନିଟ୍ ଅଫିସର ଅନୁପ କାନୁନଗୋ ଏହି ଏନକାଉଣ୍ଟର କରିଥିବା ବେଳେ ଅପରାଧି ଗୋଡ଼ରେ ଦୁଇଟି ଗୁଳି ବାଜିଛି । ସୂତ୍ର ଅନୁଯାୟୀ, ଅଞ୍ଚଳରେ ବେଆଇନ ଡ୍ରଗ୍ସ କାରବାରର ଜଣେ ପ୍ରମୁଖ ଅପରାଧୀ ଶେଖ ଜାମସେଦଙ୍କୁ ପୋଲିସ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଘେରାବନ୍ଦୀ କରିଥିଲା।

ପୋଲିସ ତାଙ୍କୁ ଧରିବାକୁ ଚେଷ୍ଟା କରିବା ସମୟରେ ଜାମସେଦ ଅଧିକାରୀମାନଙ୍କ ଉପରେ ଗୁଳି ଚଳାଇଥିଲା, ଫଳରେ ପୋଲିସ୍ର ପାଲଟା ଗୁଳି ମାଡ଼ରେ ଜାମସେଦ ଆହତ ହୋଇଛି। ପୋଲିସ ଘଟଣାସ୍ଥଳରୁ 20 ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି, ଯାହା ରାଜ୍ୟ ରାଜଧାନୀରେ କାର୍ଯ୍ୟରତ ନିଶା ନେଟୱାର୍କକୁ ଏକ ବଡ଼ ଧକ୍କା ଦେଇଛି।ଏହି ନିଶା ମାଫିଆ ନାଁରେ ପୂର୍ବରୁ ଲାଲ ବାଗ, ବାଲିଅନ୍ତା, ବଡ଼ଗଡ ଥାନାରେ ବିଭିନ୍ନ ମାମଲା ରହିଥିବା ବେଳେ କ୍ରାଇମବ୍ରାଞ୍ଚ ଏସଟିଏଫ ଦ୍ବାରା ଗିରଫ ମଧ୍ୟ ହୋଇଥିଲା ।

ଅଧିକ ପଢନ୍ତୁ

kc ads